କଠିଣ ବର୍ଜ୍ୟବସ୍ତୁ ପରିଚାଳନ ରେ ବରଗଡ଼ ପୌର ପରିଷଦ ବିଫଳ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଗୁରୁବାର ) ବରଗଡ଼ :-  ମଇଳା ଆବର୍ଜନା ର ପାହାଡ଼ ତାହା ପୁଣି 40 ଫୁଟ ଉଚ୍ଚ, ଦେଖିଲେ ବିଶ୍ୱାସ ହେବନି କିନ୍ତୁ ସତ ବରଗଡ ପୋୖର ପରିଷଦ ଅଧିନ ରେ ଥିବା ଡମ୍ପିଙ୍ଗୟାଡ଼ ଏବେ ସବୁ ସୀମା ଟପି ସମ୍ପୂର୍ଣ୍ଣ ଆବର୍ଜନା ମୟ ହୋଇଛି । ରବିବାର ଏହି କୁତ୍ରିମ ଆବର୍ଜନା ପାହାଡ ରେ ନିଆଁ ଲାଗିଥିବାରୁ ବରଗଡ଼ ୱାର୍ଡ ନଂ 15 ପୁରୁଷୋତ୍ତମ ନଗର, ମୁଣ୍ଡାପଡା, ପଣ୍ଡିରିପଥର ସମେତ ମିଶନ ହସ୍ପିଟାଲ ଅଂଚଳରେ ପ୍ରଦୂଷଣ ଅନିୟନ୍ତ୍ରଣ ହୋଇପଡିଛି ।

ବିର୍ସ।ମୁଣ୍ଡା ସଂଘର୍ଷ ବାହିନୀ ପକ୍ଷରୁ 2017 ମସିହା ରୁ ଡମପିଂୟାଡ଼ ସ୍ଥାନାନ୍ତରନ ପାଇଁ ଆନ୍ଦୋଳନ ହୋଇଥିଲା, ତତ୍କାଳୀନ ଉପଜିଲ୍ଲାପାଳ 6 ମାସ ମଧ୍ୟରେ ସ୍ଥାନାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତିନି ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ମରିୟମ ବାର୍ଳା କହନ୍ତି । ଏହାକୁ ନେଇ ହାଇକୋଟ ରେ ରେ ଏକ ଜନ ସ୍ୱାର୍ଥ ମାମଲା ଦାୟର ହୋଇଥିଲା ଏବଂ 14.01.19 ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜିଲ୍ଳା ପ୍ରଶାସନ ଓ ପୋୖର ପରିଷଦ କୁ ନିର୍ଦ୍ଦେଶ ଦେଇଥିଲେ ସ୍ଥାନାନ୍ତରଣ କରିବାକୁ ।

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୌର ସଂସ୍ଥା ପକ୍ଷରୁ 5ଟି କ୍ଲାସ୍ଟର ତିଆରି ହୋଇଥିବା ବେଳେ ଗୋଟିକୁ 70 ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଖର୍ଚ୍ଚ କରାଯାଇଛି କିନ୍ତୁ ଏହା ଦ୍ୱାରା ବରଗଡବାସୀଙ୍କ କଣ ଲାଭ ହେଉଛି ବୋଲି ଭାବନୀ ସାହୁ, ଆମ ଆଦମୀ ପାର୍ଟି ର ଜିଲ୍ଳା ଆବାହକ ପ୍ରଶ୍ନ କରିଛନ୍ତି । ଏହି ଅଂଚଳ ରେ ଭୂତଲ ଜଳ, ଵାୟୁ ପ୍ରଦୂଷଣ ବଢୁଥିବାରୁ କିଡନୀ, କେନ୍ସର ରୋଗ ବ୍ୟାପୁ ଥିବା ଅଭିଯୋଗ କରନ୍ତି ସ୍ଥାନିୟ ଲୋକ ।(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version