ସୁକଳ ଅଙ୍ଗନୱାଡି କେନ୍ଦ୍ରରେ : ସାଦଖିଆ ଦିବସ ପାଳନ – ରଣପୁର

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ନଭେମ୍ବର ବୁଧବାର ) ରଣପୁର : – ଆଜି ରଣପୁର ବ୍ଳକ୍, କାଣ୍ଡପଡ଼ା ଗ୍ରାମପଞ୍ଚାୟତର ସୁକଳ ଅଙ୍ଗନୱ୍ଵାଡ଼ି କେନ୍ଦ୍ରରେ, କର୍ମୀ ଶ୍ରୀମତି ଗାୟତ୍ରୀ ଦାସଙ୍କ ତତ୍ତ୍ଵାବଧାନରେ ଗର୍ଭବତୀ ମା, ଶ୍ରୀମତି ରଶ୍ମିତା ପ୍ରଧାନଙ୍କର ସାଦଖିଆ ଉତ୍ସବ ପାଳନ କରାଯାଇଥିଲା  ସରକାରଙ୍କର ନିୟମ ଅନୁଯାୟୀ କୁପୋଷଣ କୁ ଦୂରକରିବା ପାଇଁ ଏକ ନିର୍ଦ୍ଦେଶ ନିୟମ ରହିଅଛି ,ପ୍ରତି ଗର୍ଭବତୀ ମହିଳାମାନଙ୍କ ପାଇଁ ସାଦଖିଆ ଉତ୍ସବ କରିବା ପାଇଁ ଅଙ୍ଗନୱ୍ଵାଡ଼ି କେନ୍ଦ୍ରକୁ ଅଢେଇଶ ଟଙ୍କାର ସୁବିଧା ରହିଅଛି ।

 

ଏହି ଅର୍ଥକୁ ବିନିଯୋଗ କରିବାପାଇଁ ପ୍ରତ୍ୟେକ ଅଙ୍ଗନୱ୍ଵାଡ଼ି କର୍ମୀଙ୍କୁ ମହିଳା ଶିଶୁବିକାଶ ମାଧ୍ୟମରେ ଦାୟିତ୍ୱ ଦିଆଯାଇଛି ଗର୍ଭବତୀ ମହିଳା ଅଙ୍ଗନୱ୍ଵାଡ଼ି କେନ୍ଦ୍ରକୁ ଆସି କର୍ମୀଙ୍କ ମାଧ୍ୟମରେ ସାଦଖିଆ ଉତ୍ସବ ପାଳନ କରିଥାନ୍ତି । କିନ୍ତୁ ଆଜି ଅଙ୍ଗନୱ୍ଵାଡ଼ି କର୍ମୀ ଗାୟତ୍ରୀ ଦାସ , ଏକ ନିଆଁରା ସାଦଖିଆ ଉତ୍ସବ ପାଳନ କରିଥିଲେ

ସାତମାସର ଗର୍ଭବତୀ ମା’ ଙ୍କୁ କେନ୍ଦ୍ରକୁ ଡାକି ଖିରି, ଖେଚୁଡ଼ି, ତାଲି, ବିଭିନ୍ନ ପ୍ରକାରର ପିଠା, ମିଠା, ଗଜାମୁଗ, ନଡ଼ିଆ, ସ୍ଵାଦିଷ୍ଟ ଫଳ ଇତ୍ୟାଦିର ରଖି ଗ୍ରାମର କେତେଜଣ ମହିଳାଙ୍କୁ ଏକାଠି କରି ତାଙ୍କୁ ଖାଇବା କୁ ଦେଇଥିଲେ, ଏହି ଉତ୍ସବରେ କମିଟିର ସଭାପତି, ୱ୍ଵାର୍ଡ଼ମେମ୍ବର ଓ ଗ୍ରାମର ମହିଳାମାନେ ଉପସ୍ଥିତ ଥିଲେ, ଅଙ୍ଗନୱ୍ଵାଡ଼ି କର୍ମୀଙ୍କର ଏପରି କାର୍ଯ୍ୟପାଇଁ ସମସ୍ତେ ଧନ୍ୟବାଦ ଓ ପ୍ରଶଂସା ଜଣାଇଛନ୍ତି (ରଣପୁର ରିପୋର୍ଟ /ସୋନାଲି ମହାରଣା)

Exit mobile version