ପାଣିରେ ବୁଡି ଦ୍ଵିତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ନଭେମ୍ବର ବୁଧବାର ) ମାହାଙ୍ଗା :-  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରପୁର ପଂଚାୟତ ମଙ୍ଗଳପୁର ଗ୍ରାମର ସୁଶାନ୍ତ ପାତ୍ରଙ୍କ ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିବା ୭ ବର୍ଷର ଝିଅ ନେହା ପୋଖରୀ ପାଣିରେ ବୁଡି ମୃତ୍ୟୁ ବରଣ କରିଛି, ନେହା ଏକ ସାଇକେଲ ଧରି ଘର ନିକଟରେ ବୁଲା ବୁଲି କରୁଥିବା ବେଳେ ନିକଟ ଥିବା ପୋଖରୀ ବନ୍ଧ ଉପରୁ ପାଣି ମଧ୍ୟକୁ ଖସି ପଡ଼ି ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲା ।

ସେ ଘରକୁ ଫେରିବା ବିଳମ୍ୱ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାର କୌଣସି ସନ୍ଧାନ ପାଇନଥିଲେ । ନିକଟସ୍ଥ ପୋଖରୀରେ ନେହାର ସାଇକେଲ ପଡ଼ିଥିବା ଦେଖି ପୋଖରୀ ପାଣି ମଧ୍ୟରେ ଖୋଜାଖୋଜି କରିବା ପରେ ନେହାକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ପରେ ନିଶ୍ଚିନ୍ତକୋଇଲି ଥାନା ମୃତ ଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ କଟକ ପଠାଇଛି । (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ )

Exit mobile version