ଶ୍ରମିକଙ୍କ ବିଭିନ୍ନ ଦାବି ନେଇ ଓଡ଼ିଶା କୋଠାବାଡ଼ି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ସଚିବଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ନଭେମ୍ବର ବୁଧବାର ) କଳାହାଣ୍ଡି :-  ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ଆଜି ମଜଦୁର ସଂଘ, କଳାହାଣ୍ଡି ଶାଖା ପକ୍ଷରୁ ୧୦ଦଫା ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଚିବଙ୍କୁ ପ୍ରଦାନ କରାଯାଇଛି । ଅଖିଳ ଭାରତୀୟ କୋଠାବାଡ଼ି ମଜଦୁର ମହାସଂଘର କେନ୍ଦ୍ରୀୟ ଉପଦେଷ୍ଟା ବିରଞ୍ଚି ପଣ୍ଡା, କଳାହାଣ୍ଡି ଜିଲ୍ଲା ଭାରତୀୟ ମଜଦୁର ସଂଘର କାର୍ଯ୍ୟକାରୀ ସଭାପତି ବିଶ୍ଵ ରଂଜନ ସାଙ୍କ ନେତୃତ୍ବରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ କରୋନା କାଳରେ ନିର୍ମାଣ ଶ୍ରମିକ ମାନଙ୍କୁ ଦିଆଯାଉଥିବା ୧୫୦୦ଟଙ୍କା ଜିଲ୍ଲାର ବିଭିନ୍ନ ବ୍ଳକରେ ଆଜି ସୁଦ୍ଧା ଅନେକ ଶ୍ରମିକ ପାଇନଥିବା ବେଳେ ସେମାନଙ୍କୁ ତୁରନ୍ତ ଦେବା ବ୍ୟବସ୍ଥା କରନ୍ତୁ, ଶ୍ରମିକଙ୍କ ପଞ୍ଜିକରଣ ନିମନ୍ତେ ପଡ଼ି ରହିଥିବା ଦରଖାସ୍ତ ଗୁଡ଼ିକୁ ପଞ୍ଜିକୃତ କରାଯାଇ ନିର୍ମାଣ ଶ୍ରମିକ ମାନଙ୍କୁ ଯଥା ଶୀଘ୍ର କାର୍ଡ ଯୋଗାଣ କରାଯାଉ, ଶ୍ରମ କାର୍ଯ୍ୟାଳୟରେ ଖାଲି ରହୁଥିବା ପଦ ପଦବୀରେ ନିଯୁକ୍ତି ଦିଆଯିବା ସହ ଅନ୍ୟାନ୍ୟ ଦାବି ଗୁଡ଼ିକ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବାକୁ ସଂଘ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ସୁରେନ୍ଦ୍ର ମୋହନ କର, ନବୀନ ଛତ୍ରିଆ, ଭବାନୀ ଶଙ୍କର ରାଉତ,ଆଦିତ୍ୟ ସିଂ, ପ୍ରମୋଦ ବଣିଆ,ମନଧର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।( ରିପୋର୍ଟ ପ୍ରଦୀପ କୁମାର ଗଉଡ )

Exit mobile version