ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକ ନିଯୁକ୍ତି ଦାବିରେ ଆମରଣ ଅନଶନ କରି ଧାରଣାରେ ସୂଚନା ଅଧିକାର କର୍ମୀ – ଢେଙ୍କାନାଳ

 

ଓଡ଼ିଶା ତାଜା ନ୍ୟୁଜ (୨୪ ନଭେମ୍ବର ମଙ୍ଗଳବାର) ଢେଙ୍କାନାଳ :- ଜିଲ୍ଲାରେ ଦୀର୍ଘଦିନ ଧରି ଖାଲି ପଡିଥିବା ଆରକ୍ଷୀ ଅଧିକ୍ଷକ ନିଯୁକ୍ତି ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରି ଧାରଣା ଦେଇଛନ୍ତି ଜିଲ୍ଲା ସୂଚନା ଅଧିକାର କର୍ମୀ ।ଜିଲ୍ଲାରେ ଦୀର୍ଘଦିନ ଧରି ଆରକ୍ଷୀ ଅଧିକ୍ଷକ ପଦବୀ ଖାଲି ପଡ଼ିଛି। ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଦାୟିତ୍ୱରେ ଥିବାବେଳେ ସବୁ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରି ଲୋକଙ୍କୁ ସୁରକ୍ଷା ଦେବା ବର୍ତ୍ତମାନ ଜିଲ୍ଲା ପୁଲିସ ବିଭାଗ ପ୍ରତି କଷ୍ଟକର ହୋଇ ପଡ଼ିଛି। ଯାହାଫଳରେ ଜିଲ୍ଲାରେ ନିଶା କାରବାର ଦିନକୁ ଦିନ ଜୋରସୋରରେ ବଢ଼ିଚାଲିଛି ।

ସହରର ପ୍ରତ୍ୟେକ ଗଳିକନ୍ଦିରେ ବେଧଡକ ବିକ୍ରି ଚାଲିଛି। ଛିନତାଇ ଲୁଟେରାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମା ଭଉଣୀ ରାଜ ରାସ୍ତାରେ ଅସୁରକ୍ଷିତ ମନେ କରୁଛି। ଦିନକୁ ଦିନ ଯୁବସମାଜ ପଥଭ୍ରଷ୍ଟ ହେଉଛି। ବିଶେଷ କରି ଗାଁ ମାନଙ୍କରେ ହିଁସା ଓ ଅରାଜକତା ଦେଖାଦେଉଛି।ଯାହାର ପ୍ରତିବାଦରେ ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକ ନିଯୁକ୍ତି ଦାବିରେ ଆମରଣ ଅନଶନ କରି ଧାରଣାରେ ବସିଥିଲେ ଜିଲ୍ଲା ସୂଚନା ଅଧିକାର କର୍ମୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରି ଟାଉନ୍ ଥାନା ଅଧିକାରୀଙ୍କ ଦ୍ଵାରା ଦାୟିତ୍ବରେ ଥିବା ଅନୁଗୋଳ ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ସୁରକ୍ଷାର ପ୍ରତିଶ୍ରୁତି ବିଶେଷ କରି ବସଷ୍ଟାଣ୍ଡ ଠାରୁ ଗଣେଶ ବଜାର ପର୍ଯ୍ୟନ୍ତ ଥିବା ମହାତ୍ମା ଗାନ୍ଧୀମାର୍ଗ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଋଭୟ ପାର୍ଶ୍ଵ ସ୍ୱଚ୍ଛ ଓ ସୁରକ୍ଷା ମୁକ୍ତ ରହିବାକୁ ମୌଖିକ ପ୍ରତିଶ୍ରୁତି ଦେବାରେ ଧାରଣାରୁ ଓହ୍ଲାଇଛନ୍ତି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ସୂଚନା ଅଧିକାର କର୍ମୀ ଆବାହକ ପ୍ରିୟବ୍ରତ ଗଡ଼ନାୟକ (ରିପୋର୍ଟ୍,ଅମର ରଞ୍ଜନ ଦାସ)

Exit mobile version