ବ୍ରହ୍ମପୁର ସହରରେ ଦୁଇଟି ଜୁଆ ଆଡ୍ଡା ଉପରେ ଗୋସାଇଁନୂଆଗାଁ ଏବଂ ଟାଉନ ଥାନା ପୋଲିସର ଚଢାଉ ୧୦,୨୯ ହଜାର ୧୧ ଟଙ୍କା ଜବତ ୧୧ ଜୁଆଡି ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୪ ନଭେମ୍ବର ମଙ୍ଗଳବାର) ଗଞ୍ଜାମ :-ଗଞ୍ଜାମ ଜିଲ୍ଲାରେ କୁମାର ପୂର୍ଣ୍ଣିମା ସରିବା ପରେ ମଧ୍ୟ ଜୁଆ ଖେଳ ଥମିବାର ନାମ ନେହୁନାହିଁ । ପୋଲିସର କଡାକଡି ପେଟ୍ରୋଲିଂ କାରଣରୁ ଜୁଆଡ଼ି ମାନେ ଲୁଚିଛପି ଜୁଆ ଖେଳ ଜାରି ରଖିଛନ୍ତି। ଯାହା ଦ୍ୱାରା ପୋଲିସକୁ ଜୁଆଡି ମାନଙ୍କୁ ଧରିବା ଏକ ଚାଲେଞ୍ଜ ସୃଷ୍ଟି କରିଛି । ଆଜି ବ୍ରହ୍ମପୁର ସହରରେ ୨ଟି ଜୁଆ ଆଡ୍ଡା ଉପରେ ପୋଲସି ଅତର୍କିତ ଭାବେ ଚଢ଼ାଉ କରିବା ପରେ ଜୁଆଡ଼ି ମାନଙ୍କ ନିଦ ଉଡିଯାଇଛି । ସୂଚନା ଅନୁସାରେ ବ୍ରହ୍ମପୁର ସହର ଗୋଶାଣୀନୂଆଗାଁ ପୋଲସି ହାଉସିଂ ବୋର୍ଡ ପାର୍କ ନିକଟରେ ଏକ ଜୁଆ ଖେଳ ଚାଲିଥିବା ଖବର ପାଇ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ ପୋଲିସ ।

ଉକ୍ତ ଜୁଆ ଆଡ୍ଡା ଉପରୁ ୧ଲକ୍ଷ ୧୧ଟଙ୍କା ଜବତ କରିବା ସହ ୧୧ଜୁଆଡିଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ତତ ସହିତ ବ୍ରହ୍ମପୁର ଟାଉନ ଥାନା ପୋଲିସ ପକ୍ଷରୁ ଅନ୍ୟ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି। ସୂଚନାଯୋଗ୍ୟ ଧର୍ମନଗର ଅଂଚଳରେ ଏକ ବଡ଼ଧରଣର ଜୁଆଆଡ୍ଡା ଚାଲିଥିବା ନେଇ ଥାନାଧିକାରୀ ସୁରେଶ ତ୍ରିପାଠୀ ଖବରପାଇ ଚଢ଼ାଉ କରିଥିଲେ। ଅତର୍କିତ ଚଢ଼ାଉରେ ଜୁଆଡ଼ିମାନେ ପୋଲିସ୍ ହାବୁଡ଼ରେ ପଡ଼ିବା ସହ ୯ଲକ୍ଷ ୨୯ ହଜାର ଟଙ୍କା, ୧୦୪ଟି ତାସ୍ କାଟା, ଜରିପାଲ ଜବତ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି । (ପାରଳାଖେମୁଣ୍ଡି /ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version