୧୦ ହଜାର ଟଙ୍କା ଲେଖାଏଁ ନ ଦେବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ଗରୀବ ଦଲିତ ପରିବାରର ଲୋକେ ବଞ୍ଚିତ ହେଲେ

ଓଡ଼ିଶା ତାଜାନ୍ୟୁଜ୍ (୨୪ ନଭେମ୍ବର ମଙ୍ଗଳବାର ) ପଦ୍ମପୁର :- ୨୦୨୦ ମସିହା ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ବର୍ଷ ତଳେ ଘୋଷଣା କରିବା ସହ ଦେଶର ପ୍ରତ୍ୟେକ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାର ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଦେଉଛି । ୨୦୧୧ ମସିହାରେ ସାମାଜିକ ଅର୍ଥନୈତିକ ଜନ ଗଣନା ଏସଇସିସି ଆଧାରରେ କଚ୍ଚା ଘର ଥିବା ପ୍ରତ୍ୟେକ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସରେ ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଓ ଏନଆରଜିଏସ ରେ ୨୭ ହଜାର ଟଙ୍କା ପ୍ରଦାନ କରାଯାଇଛି । ତେବେ ଅନେକ ଗ୍ରାମ ପଞ୍ଚାୟତ ମାନଙ୍କରେ ଧନୀ ଓ ଚାକରୀଆ ଲୋକ ମାନଙ୍କୁ ବ୍ଯାପକ ଲାଞ୍ଚ କାରବାର କରି ଘର ଦିଆଯାଉଥିବା ବେଳେ ଅନେକ ଗରିବ ଲୋକ ଯେଉଁ ମାନଙ୍କ ଭିତରେ ପ୍ରତିକ୍ରିୟା ହେଉଥିବା ବେଳେ ସଂବାଦ ପତ୍ର ମାନଙ୍କରେ ମଧ୍ୟ ଏହି ସମ୍ବାଦ ମଣ୍ତିତ ହେଉଛି ।

ଏଭଲି ଏକ ଗୁରୁତ୍ୱର ଅଭିଯୋଗ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତର ଟେମରୀ ଗ୍ରାମ ହରିଜନ ପଡାର ଅଧିବାସୀ ମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ନାମ ତାଲିକା ଏସଇସିସି ଲିଷ୍ଟ ରେ ଥିବା ସତ୍ତ୍ବେ ତାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅଧିକାରୀ ମାନେ ମାଗିବାରୁ ସେମାନେ ଲାଞ୍ଚ ଦେଇ ପାରୁ ନଥିବାରୁ ତାଙ୍କ ନାମ ତାଲିକାକୁ ବ୍ଲକର କାଟି ଦେଇଥିବାର ଅଭିଯୋଗ କରିଛନ୍ତି । ଅଭିଯୋଗ କରିଥିବା ଦଲିତ ପରିବାର ଭିତରେ ଟିମା ସୁନା,ବିଶିଷ୍ଟ ବାଗ,ଲୁକୁ ବାଗ,ସିପାଇ ସୁନା,ଲମ୍ବୋଦର ବାଗ,ଅଷାଡୁ ବାଗ,ବିଜୟ ବାଗ,କୁମୁଦିନୀ ବାଗ,ରତ୍ନାକର ହରିପାଲ,ପ୍ରେମ ବାଗ,ମିତ୍ରଭାନୁ ସୁନା,ସତ୍ଯାନନ୍ଦ ପାଣ୍ତେ,ଭଗବାନ ହରିପାଲ,ରେଶମ କୁମ୍ଭାର,କାନ୍ତିଲାଲ ସୁନା,ଦେବାର୍ଚନ ସୁନା,ମହେନ୍ଦ୍ର ସେଠ,ସୁଳବତୀ ମହାନନ୍ଦ ସାମିଲ ଅଛନ୍ତି । ବରଗଡ଼ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version