ଚାପୁଡ଼ା ଦରକାର କହି ଭୁଲ ମାଗିଲେ ହିନ୍ଦୋଳ ଅଧ୍ୟକ୍ଷା ରୀନା ବେହେରା ; ତେବେ ଯାଇଁ ଧାରଣାରୁ ଉଠିଲେ ଏନ୍ଏସି କର୍ମଚାରୀ

ଓଡ଼ିଶା ତାଜାନ୍ୟୁଜ୍ (୨୪ ନଭେମ୍ବର ମଙ୍ଗଳବାର ) ଢେଙ୍କାନାଳ :-  ହିନ୍ଦୋଳ ଏନ୍ଏସି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ୧୨ ଜଣ କାଉନସିଲର ଅନାସ୍ଥା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଜିଲ୍ଲାପାଳ ଚଳିତ ୨୦ ତାରିଖରେ ଅନାସ୍ଥା ଭୋଟ୍ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅନାସ୍ଥା ବିରୋଧରେ ହିନ୍ଦୋଳ ଏନ୍ଏସି ଅଧ୍ୟକ୍ଷା ରୀନା ବେହେରା ଉଚ୍ଚତମ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଏଥିରେ ମାନ୍ୟବର ଅଦାଲତ ୨୦ ତାରିଖରେ ଅନାସ୍ଥା ନିର୍ବାଚନ ହେବାକୁ ନିର୍ଦ୍ଧେଶ ଦେବା ସହ ଭୋଟ୍ ଗଣତି ଉପରେ ରୋକ୍ ଲଗାଇଛନ୍ତି । ତେବେ ନିର୍ବାଚନରେ ଅଧ୍ୟକ୍ଷାଙ୍କ ସମେତ ୪ଜଣ ନିର୍ବାଚନରେ ଯୋଗଦେଇ ନ ଥିବା ବେଳେ ଗତକାଲି ଅଧ୍ୟକ୍ଷା ଦିବା ୧୧ଟାରେ କର୍ମଚାରୀ ମାନଙ୍କୁ ନିଜ କକ୍ଷକୁ ଡକାଇ ବାର୍ତ୍ତାଳାପ କରିବା ସହିତ ଉତକ୍ଷିପ୍ତ ହୋଇ କର୍ମଚାରୀଙ୍କୁ ଏଠି ରାଜନୀତି କରୁଛ, ତୁମକୁ କେବଳ ଚାପୁଡ଼ା ଦରକାର ଭଳି ଦୁର୍ବ୍ୟବହାର କରିଥିଲେ ।

ତେବେ ଏପରି ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ କର୍ମଚାରୀମାନେ ଲିଖିତ ଆକାରରେ ଉପଜିଲ୍ଳାପାଳ ଙ୍କୁ ଅଭିଯୋଗ ଦେବା ସହିତ କାର୍ଯ୍ୟାଳୟ ସାମ୍ନାରୁ ଅପରାହ୍ନ ୪ଟା ଠାରୁ କଲମ ଛାଡ ଆନ୍ଦୋଳନ କରିଥିଲେ । ଶୀତ ହେଉପଛେ ଏପରି ଦୁର୍ବ୍ୟବହାର କରିଥିବା ଅଧ୍ୟକ୍ଷା ଭୂଲ ନ ମାଗିଲେ ଆମେ ଧାରଣାରୁ ଉଠିବୁ ନାହିଁ ବୋଲି ଜିଦ୍ ଧରି ଦୀର୍ଘ ସମୟ ଧରି ଶୀତରେ ଧାରଣା ବସିଥିଲେ। ତେବେ ପରିସ୍ଥିତି ଅଣାୟତ ହେବାରୁ ଶେଷରେ ଶୀତ ପ୍ରକୋପରେ ଅଧ୍ୟକ୍ଷା ରୀନା ବେହେରା ଘଟଣାସ୍ଥଳକୁ ଆସି ନିଜେ ଭୁଲ ଶିକାର କରି ବୁଝାମଣା କରିବାରୁ ଧାରଣାରୁ ଉଠିଥିଲେ ହିନ୍ଦୋଳ ଏନ୍ଏସିର ସମସ୍ତ କର୍ମଚାରୀ ଧାରଣାରୁ ଉଠିଥିଲା । ଅନ୍ୟପଟେ ଏଭଳି ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।  ( ରିପୋର୍ଟ – ଅମର ରଞ୍ଜନ ଦାସ  )

Exit mobile version