ପଞ୍ଚାୟତ କଲେଜ୍ ଛାତ୍ରଛାତ୍ରୀ ଙ୍କ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ (୨୩ ନଭେମ୍ବର ସୋମବାର)ବରଗଡ଼  :- ୬ ଦଫା ଦାବିରେ ଆଜି ବରଗଡ଼ ପଞ୍ଚାୟତ କଲେଜ୍ କମ୍ପୁଟର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଲଫ ଫାଇନାନ୍ସ ପାଠ୍ୟକ୍ରମ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏ ପର୍ଯ୍ୟନ୍ତ ଠିକ୍ ଭାବେ କ୍ଲାସ୍ କରାଯାଉ ନଥିବା ଅଭିଯୋଗ କରିଛନ୍ତି । ସେହିପରି ବିଭାଗରେ ସ୍ଥାୟୀ ଅଧ୍ୟାପକ ନଥିବା ବେଳେ ଗେଷ୍ଟ ଫେକଲଟି ମାଧ୍ୟମରେ ପାଠ ପଢା ଯାଉଛି। ଯା ଫଳରେ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କୁ ଫି ବାବଦ କୁ ଟଙ୍କା ପାଠ କରିବାକୁ କୁହାଯାଇଛି। ତେଣୁ ଛାତ୍ର ଛାତ୍ରୀମାନେ ସ୍ଥାୟୀ ଅଧ୍ୟାପକ ଏବଂ ପାଠ ପଢା ନାହିଁ ତ ଫି ନାହିଁ ଦାବି କରିଥିଲେ ।

ଘଟଣାସ୍ଥଳରେ କଲେଜ ଅଧ୍ୟକ୍ଷା ପହଞ୍ଚି ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ। କୋଭିଡ କଟକଣା ପାଇଁ ଶ୍ରେଣୀ ପାଠପଢ଼ା ହେଉ ନ ଥିବା ବେଳେ ଅସ୍ଥାୟୀ ଅଧ୍ୟାପକ ଙ୍କ ଦ୍ଵାରା ଅନ୍ ଲାଇନ୍ କ୍ଲାସର ସରକାରୀ ବ୍ୟବସ୍ଥା ନାହିଁ। ଏ ଅସୁବିଧା ଦୂର ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଛନ୍ତି ଓ ଏବେ ମଧ୍ୟ ଜଣାଇବେ ବୋଲି କହିଥିଲେ।:- ୬ ଦଫା ଦାବିରେ ଆଜି ବରଗଡ଼ ପଞ୍ଚାୟତ କଲେଜ୍ କମ୍ପୁଟର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଲଫ ଫାଇନାନ୍ସ ପାଠ୍ୟକ୍ରମ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏ ପର୍ଯ୍ୟନ୍ତ ଠିକ୍ ଭାବେ କ୍ଲାସ୍ କରାଯାଉନଥିବା ଅଭିଯୋଗ କରିଛନ୍ତି ।

ସେହିପରି ବିଭାଗରେ ସ୍ଥାୟୀ ଅଧ୍ୟାପକ ନଥିବା ବେଳେ ଗେଷ୍ଟ ଫେକଲଟି ମାଧ୍ୟମରେ ପାଠ ପଢା ଯାଉଛି। ଯା ଫଳରେ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କୁ ଫି ବାବଦ କୁ ଟଙ୍କା ପାଠ କରିବାକୁ କୁହାଯାଇଛି। ତେଣୁ ଛାତ୍ରଛାତ୍ରୀମାନେ ସ୍ଥାୟୀ ଅଧ୍ୟାପକ ଏବଂ ପାଠ ପଢା ନାହିଁ ତ ଫି ନାହିଁ ଦାବି କରିଥିଲେ। ଘଟଣାସ୍ଥଳରେ କଲେଜ ଅଧ୍ୟକ୍ଷା ପହଞ୍ଚି ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ। କୋଭିଡ କଟକଣା ପାଇଁ ଶ୍ରେଣୀ ପାଠପଢ଼ା ହେଉ ନ ଥିବା ବେଳେ ଅସ୍ଥାୟୀ ଅଧ୍ୟାପକ ଙ୍କ ଦ୍ଵାରା ଅନ୍ ଲାଇନ୍ କ୍ଲାସର ସରକାରୀ ବ୍ୟବସ୍ଥା ନାହିଁ। ଏ ଅସୁବିଧା ଦୂର ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଛନ୍ତି ଓ ଏବେ ମଧ୍ୟ ଜଣାଇବେ ବୋଲି କହିଥିଲେ।   (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version