ବିଦ୍ୟୁତ ଗ୍ରୀଡ଼ ଉଦଘାଟନ ସମୟରେ କୋଭିଡ଼ ନିୟମକୁ ମାନିନଥିବା ଦୁଇ ମନ୍ତ୍ରୀଙ୍କ ବିରୁଦ୍ଧରେ କଂଗ୍ରେସ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଲା

ଓଡ଼ିଶା ତାଜା ନ୍ୟୁଜ (୨୩ ନଭେମ୍ବର ସୋମବାର) କଟକ :- ଗତ 19 ତାରିଖରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଠାରେ ବିଦ୍ୟୁତ ଗ୍ରୀଡ୍ ସବଷ୍ଟେସନ୍ ର ଲୋକାର୍ପଣ ଉତ୍ସବ ହୋଇଥିବାବେଳେ କୋଭିଡ୍ ଗାଇଡଲାଇନ୍ କୁ ସମ୍ପୂର୍ଣ୍ଣ ଉଲ୍ଲଘଂନ କରିଥିବା ଅଭିଯୋଗ କରିଛି କଂଗ୍ରେସ। ଏ ନେଇ କଂଗ୍ରେସ ନେତା ପ୍ରଦୀପ୍ତ ଦାସଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଶ୍ରୀ ଦାସ ଅଭିଯୋଗ କରିଛନ୍ତି କି ଲୋକାର୍ପଣ ଉତ୍ସବରେ ରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଏବଂ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପୋଲିସ୍ ଉପସ୍ଥିତି ରେ ବାଜା ବାଣ ଫୁଟାଇ ଲୋକାର୍ପଣ ସ୍ଥଳକୁ ଆସିଥିଲେ।

କାର୍ଯ୍ୟକ୍ରମରେ କୌଣସି ଲୋକଙ୍କ ମୁହଁରେ ମାସ୍କ୍ ନ ଥିବାବେଳେ ସରକାରଙ୍କ କୋଭିଡ୍ ନିୟମକୁ ରାଜ୍ୟର ଏହି ଦୁଇ ମନ୍ତ୍ରୀ ଖୋଲାଖୋଲି ଉଲ୍ଲଘଂନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା। ଏଥିପାଇଁ ଦଳ ପକ୍ଷରୁ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦିଆଯାଇଛି। ଉଲ୍ଲଘଂନ କାରୀ ମନ୍ତ୍ରୀ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଆଇନ୍ ର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ପ୍ରଦୀପ୍ତ ଦାସ। ଅନ୍ୟପଟେ କଟକ ଜିଲ୍ଲା ପାଳ ଏହି ଦାବିପତ୍ର କୁ ଗ୍ରହଣ କରିବା ସହ ଆସନ୍ତା ୫ଦିନ ମଧ୍ୟରେ ଏହାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକ ଙ୍କ ରିପୋର୍ଟ)

 

Exit mobile version