ବାପାର ଦେଶୀ ବନ୍ଧୁକ ଗୁଳୀରୁ ସ୍ତ୍ରୀ ଓ ପୁଅ ଅଳ୍ପକେ ବର୍ତ୍ତିଲେ ; ବାପା ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୩ ନଭେମ୍ବର ସୋମବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ କୁମୁଲାସିଂ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବାପାର ବନ୍ଧୁକ ଗୁଳିରୁ ସ୍ତ୍ରୀ ଓ ପୁଅ ଅଳ୍ପକେ ବର୍ତିଯାଇଛନ୍ତି। ସୂଚନା ଅନୁଯାୟୀ, ରାୟଗଡ଼ ଥାନା ଅନ୍ତର୍ଗତ କୁମୁଲାସିଂ ଗ୍ରାମରେ ଶନିବାର ରାତିରେ ଯିହୂଦା ଘଣ୍ଟ (୫୫) ଙ୍କ ଘରେ କୌଣସି କାରଣରୁ ତାଙ୍କ ସ୍ତ୍ରୀ ତରାବତୀ ଘଣ୍ଟ (୫୩)ଓ ପୁଅ ଯିଖରିୟ ଘଣ୍ଟ (୨୨)ଙ୍କ ସହ ବଚସା ହୋଇଥିଲା l

ତାହା ଏତେ ଉଗ୍ର ରୂପରେ ପରିଣତ ହୋଇଥିଲା ଯାହା ଫଳରେ ଯିହୂଦା ତା ସ୍ତ୍ରୀ ଓ ପୁଅକୁ ବିଭିନ୍ନ ପ୍ରକାରର ଗାଳିଗୁଲଜ କରିବା ସହ ବାଡାପିଟା କରିଥିଲା ଶେଷରେ ଏକ ଦେଶୀ ବନ୍ଧୁକରେ ଗୁଳି କରିବା ପାଇଁ ମଧ୍ୟ ପଛାଇନଥିଲେ ସେଥିରେ ସେ ବିଫଳ ହେବାରୁ ଏକ ଧାରୁଆ ଅସ୍ତ୍ରରେ ଜୀବନରୁ ମାରିବା ପାଇଁ ଉଭୟ ସ୍ତ୍ରୀ ଓ ପୁଅକୁ ଗୋଡ଼ାଇ ଥିଲେ ସେମାନେ ଭୟରେ ଲୁଚି ରାୟଗଡ଼ ଥାନା ରେ ସ୍ତ୍ରୀ ଅଭିଯୋଗ କରିଥିଲେ l

ଏହାକୁ ଭିତିକରି ରାୟଗଡ଼ ପୁଲିସ୍ କେସ ନଂ 78/20 ରେ ଏକ ମାମଲା ରୁଜୁ କରି ଦଫା ୪୮୯କ,୨୯୪,୩୨୩,୫୦୬ ଭାରତୀୟ ପିଙ୍ଗଳ କୋଡ଼ ଅନୁଯାୟୀ ଯିହୂଦା ଘଣ୍ଟ ଙ୍କୁ ଗିରଫ କରିବା ସହ ଧାରୁଆ ଅସ୍ତ୍ର ଜବତ୍ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ତଦନ୍ତକାରି ଶବ୍ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ମଲିକ ।  (ପାରଳାଖେମୁଣ୍ଡି/ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version