ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ : ଅଁଳା ନବମୀ ପାଳନ ଓ ରାଧା ପାଦ ଦର୍ଶନ- ଓଡଗାଁ

ଓଡ଼ିଶା ତାଜା ନ୍ୟୁଜ୍ (୨୩ ନଭେମ୍ବର ସୋମବାର ) ଓଡଗାଁ :- ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ । ଅଁଳା ନବମୀ କୁ ମଧ୍ୟ ଅକ୍ଷୟ ନବମୀ ବୋଲି କୁହାଯାଏ । ବିଶ୍ଵାସ ରହିଛି ଆଜି ର ଦିନରେ ରାଧା ପାଦ ଦର୍ଶନ କଲେ ମନୁଷ୍ୟ ର ପାପକ୍ଷୟ ସହ କୋଟି ପୂଣ୍ୟ ଅର୍ଜ୍ଜନ କରେ । ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇ ରହିଛନ୍ତି ମା ରାଧା ରାଣୀ । ମାଙ୍କ ଦର୍ଶନ ପାଇଁ କଟକଣା ରହିଛି । ଗର୍ଭ ଗୃହ ର ୮ଫୁଟ୍ ଦୂରରୁ ଶ୍ରଦ୍ଧାଳୁମାନେ ମାଙ୍କୁ ଦର୍ଶନ କରୁଛନ୍ତି ।

ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କୁ ରାଧା ପାଦ ସ୍ପର୍ଶ କରିବାକୁ ଦିଆଯିବ ନାହିଁ । ଅଂଳା ନବମୀର ରୀତିନୀତି ଅନୁସାରେ ଆଜି ରାଧାରାଣୀ ଓଢିଆଣୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି । ସ୍ବର୍ଣ୍ଣ କଳସ କ୍ଷେତ୍ର ଓଡଗାଁର ରଘୁନାଥ ମନ୍ଦିରରେ ଆଜି ଦିନରେ ମାତା ସୀତାଙ୍କ ପାଦ ଦର୍ଶନ ହୋଇଥାଏ। ଦୁର୍ଭାଗ୍ୟ କରୋନା କଟକଣାରୁ ମୁକୁଳି ପାରିନି ମନ୍ଦିର ।ପ୍ରତିବର୍ଷ ଏହିଦିନ ପ୍ରାୟ ୨୦ହଜାର ରୁ ୩୦ହଜାର ଜନସମାଗମ ହେଉଥିବା ବେଳେ ଚଳିତ ବର୍ଷ ସମସ୍ତ ରୀତିନୀତି ବିନାଭକ୍ତ କେବଳ ପାଳିଆ ସେବାୟତ ଓ ସୁଆର ମାନଙ୍କ ଦ୍ବାରା ସମାପନ କରାଯାଉଛି ।

ପ୍ରାତଃରୁ ଦ୍ବାରପିଟା ଅବକାଶ ମଇଲମ ତଡପଲାଗି ମଙ୍ଗଳ ଆଳତି ପରେ ସାଧାରଣ ଦର୍ଶନ ହୋଇଥିଲା । ରାଧା ପାଦ ଦର୍ଶନ ଲାଗି ମନ୍ଦିର ଗୁଡିକ ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି । ମନ୍ଦିର ଖୋଲିବା ପ୍ରସଙ୍ଗ ସରକାର ସ୍ଥାନୀୟ ପ୍ରଶାସନ ଉପରେ ଛାଡିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସମାଧାନ ହୋଇପାରିନାହିଁ । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version