ଜୟପୁର ଠାରେ ଋତୁ କଲ୍ୟାଣ ମଣ୍ଡପ ଠାରେ କରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (ଓ ୟୁ ଜେ) ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ପାରଳଖେମୁଣ୍ଡି :- କାର୍ଯ୍ୟକ୍ରମର ମୂଳ ପ୍ରସଙ୍ଗଟି ଥିଲା ଜୟପୁର ଠାରେ “କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାରେ ବାଧକ କିଏ ??” ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ଅନେକ ବୁଦ୍ଧିଜୀବୀ ଏବଂ ସାମ୍ବାଦିକ ଯୋଗ ଦେଇ ନିଜ ନିଜ ମତ ପ୍ରକାଶ କରିଥିଲେ। ସେ ମଧ୍ୟରୁ ଜୟପୁର ମୁନିସିପାଲିଟିର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ସୁର୍ଯ୍ୟ ନାରାୟଣ ରଥ, ଜୟପୁରର ବରିଷ୍ଠ ଆଇନଜୀବୀ ଶ୍ରୀ ମୋଦନ ମୋହନ ନାୟକ, ଜୟପୁର ସମ୍ବାଦର ମୁଖ୍ୟ ଶାଖା ପରିଚାଳକ ଶ୍ରୀ ପ୍ରମୋଦ ପଟନାୟକ,

ବିଜେଡିର ବରିଷ୍ଠ ନେତା ଶ୍ରୀ ରମାକାନ୍ତ ରାଉଳ, ଜୟପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର ପଟନାୟକ, ବରିଷ୍ଠ ଆଇନଜୀବୀ ଶ୍ରୀ ବିଜୟ ରାଇ ଜେନା ଦେଓ, ଓ ୟୁ ଜେ କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ରାଜେନ୍ଦ୍ର ଗୌଡ଼, ସବୁ ବର୍ଗ ଖବରର ସମ୍ପାଦକ ଶ୍ରୀ ଚନ୍ଦ୍ରକାନ୍ତ ସୁତାର, ଜୟପୁର ୱେବ ମିଡ଼ିଆ ସଂଘର ସଭାପତି ଶ୍ରୀ ବାଲ୍ମୀକି ମହାପାତ୍ର ପ୍ରମୁଖ ଉକ୍ତ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟଟି ଜୟପୁର ଠାରେ କିପରି ଶୀଘ୍ର ପ୍ରତିଷ୍ଠା ହବ ଏବଂ ସେଇଥିପାଇଁ ଯାହା ପଦକ୍ଷେପ ନେବାକୁ ପଡିବ ସେଥିପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦିଆଯାଇଥିଲା ।

Exit mobile version