୨୬ ନଭେମ୍ବର ଧର୍ମଘଟକୁ ସଫଳ କରିବା ପାଇଁ ପଦଯାତ୍ରା ।

?????????????????????????????????????????????????????????

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ବ୍ରହ୍ମପୁର :-  ଆଜି CITU ଏବଂ BWECC ପକ୍ଷରୁ ହିଲପଟଣା,ଟାଟାବେଞ୍ଜ ଛକ, କମାପଲ୍ଲି, ବଡ ମେଡିକାଲ ଛକ ରେ ଧର୍ମଘଟକୁ ସଫଳ କରିବା ପାଇଁ ଏକ ପଦଯାତ୍ରା ଆୟୋଜିତ କରାଯାଇଥିଲା।ଏଥିରେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଅକ୍ରୁଶକ ବିରୋଧୀ ନୀତି ପ୍ରତ୍ୟାହାର କରିବା ଦାବି କରାଯାଇଥିଲା।ସେହିଭଳି ଆଳୁ ପିଆଜ ସମେତ ଖାଦ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ କରିବା ପାଇଁ ସ୍ଲୋଗାନ ଦିଆଯାଇଥିଲା।ବେକରଙ୍କୁ ନିଯୁକ୍ତି, ରେଳ, ବ୍ୟାଙ୍କ, ବୀମା ସମେତ ଜାତୀୟ ସମ୍ପତ୍ତି ବିକ୍ରୀ ବନ୍ଦକରିବା ପାଇଁ ଜନସାଧାରଣ ଏକ ହେବାକୁ ଆହ୍ୱାନ ଦେଇଥିଲେ ।

ଆସନ୍ତା ୨୬ ତାରିଖ ଧର୍ମଘଟକୁ ବନ୍ଦରେ ପରିଣତ କରିବା ପାଇଁ ପାଦଯାତ୍ରୀମାନେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଆଜିର ଏହି ପଦଯାତ୍ରାରେ ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ,ଗୋପାଳ ପାଣିଗ୍ରାହୀ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଅଶୋକ ଦାସ,ନୀଳ ମାଧବ ରଥ,ନିରଞ୍ଜନ ନାହାକ, ପଞ୍ଚାନନ ଜେନା, ବାବୁଲା ନାୟକ,ହରି ନାହାକ, ରଞ୍ଜନ ପତ୍ର,ଖଗେଶ୍ୱର ପ୍ରଧାନ ,ବୈକୁଣ୍ଠ ସାହୁ ,ନୃସିଂହ ବ୍ରହ୍ମା, ପ୍ରଦୀପ ସିଂ ପ୍ରମୁଖ ବିଭିନ୍ନ ସଂଗଠନର ନେତୃବୃନ୍ଦ ପଦଯାତ୍ରାରେ ଯୋଗଦେଇଥିଲେ । (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version