ଗଜପତି ଜିଲ୍ଲାର ସଦର ମହକୁମା : ପାରଳା ନମ୍ବର ୱାର୍ଡଖେମୁଣ୍ଡି ସହରର୧୫ର ମେଡିକାଲ ଛକ ଠାରୁ ପୁରୁଣପଟଣା ଯାଉଥିବା ରାସ୍ତାର ଉଭୟ ପାର୍ଶ୍ବରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ l

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାରପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦର ୧୫ ନମ୍ବର ୱାର୍ଡ ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି l ମେଡିକାଲ ଛକ ଠାରୁ ପୁରୁଣାପାଟଣା ଯାଉଥିବା ରାସ୍ତାର ଉଭୟ ପାର୍ଶ୍ବରେ ଦୁଇଟି ନାଳ ଯାଇଛି l ଏହି ନାଳରେ ସହରର ପ୍ରାୟ ୩ ଟି ୱାର୍ଡର ମଇଳା ପାଣି ଆବର୍ଜନା ସବୁ ଏହି ଡ୍ରେନ ରେ ଆସି ୧୫ ନମ୍ବର ୱାର୍ଡର କମାକ୍ଷୀ ନଗର, ସତ୍ୟସାଇ ନଗର, ଶ୍ରୀଧର ନଗର, ମହେନ୍ଦ୍ର ନଗର, ଗଜପତି ନଗର, ରାଧାକୃଷ୍ଣ ନଗର,, ମହେନ୍ଦ୍ର ତାନେୟା ନଗର ପ୍ରଭୃତି ଅଞ୍ଚଳରେ ଡ୍ରେନ ଗୁଡିକରେ ଜମି ରହି ପାଣି ନିଷ୍କାସିତ ହୋଇ ପାରୁନାହିଁ l ଏହା ଦ୍ବାରା ଏ ଅଂଚଳ ରେ ବିଭିନ୍ନ ମଶା ମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି ଫଳରେ ଏ ଅଂଚଳରେ ଡେଙ୍ଗୁ, ମ୍ୟାଲେରିଆ ବ୍ୟାପିବାରେ ଲାଗିଛି l

ମେଡିକାଲ ଛକ ଠାରୁ ପୁରୁଣା ପାଟଣା ରାସ୍ତରେ ଦୁଇଟି ବାର ରେଷ୍ଟୁରାଣ୍ଟ ରହିଥିବା ଜଗୁ ଏହି ଡ୍ରେନରେ ମଦ ବୋତଲ ଠାରୁ ଆରମ୍ଭ କରି ମଦ ପିଇବା ଗ୍ଲାସ, ପାଣି ବୋତଲ ପ୍ରଭୃତି ଭର୍ତି ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଓ, ପରିବା ଦୋକାନ, ଚା ଦୋକାନ ପ୍ରଭୂତିରୁ ବାହାରୁ ଥିବା କୁଢ କୁଢ ମଇଳା ଡ୍ରେନ ପାଣିରେ ଭାସି ଆସି ସାହି ଗୁଡିକର ଆରମ୍ଭ ଓ ଶେଷ ଜମା ହୋଇ ରହି ପରିବେଶ କୁ ଅତ୍ୟନ୍ତ ପୂତି ଗନ୍ଧମୟ କରି ପକାଉଛି l ରାସ୍ତାର ଉଭୟ ପାର୍ଶ୍ବରେ ହୋଇଥିବା ଡ୍ରେନ ର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଉ ନଥିବାରୁ ଡ୍ରେନ ପାଣି ନିଷ୍କାସିତ ହୋଇପାରୁ ନାହିଁ l ନାଳରେ ଜମି ହୋଇ ରହି ଥିବା ଅଳିଆ ଆବର୍ଜନା ଦୀର୍ଘ ମାସ ମାସ ଧରି ପୌରପରିଷଦ କର୍ତ୍ତୁପକ୍ଷ ବାହାର କରୁନଥିବା ଜଗୁ ଟିକେ ବର୍ଷା ହେଲେ କୁତ୍ରିମ ବନ୍ୟା ସୃଷ୍ଟି କରୁଛି l ଏପରିକି ସାମାନ୍ୟ ବର୍ଷା ହେଲେ ନାଳ ନାର୍ଦ୍ଧମାର ଦୂଷିତ ଜଳ ଘରେ ମଧ୍ଯ ପଶିବାର ନଜର ଅଛି l

ସ୍ଥାନୀୟ ଲୋକଙ୍କ ସଚେତନତାର ଅଭାବ ଓ କିଛି ବେପାରୀ ଜାଣି ଶୁଣି ଡ୍ରେନରେ ପଲିଥିନ ଏବଂ ଅନ୍ୟାନ୍ୟ ମଇଳା ଆବର୍ଜନା ପକାଇ ଦେଉଥିବା ଜଗୁ ଡ୍ରେନ ଗୁଡିକ ପୋତି ହୋଇ ପଡୁଥିବା ଅଭିଯୋଗ ହେଉଛି l ଏ ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲେ ମଧ୍ୟ ପୌରପରିଷଦ କର୍ତ୍ତୁପକ୍ଷ ଙ୍କ ଦୃଷ୍ଟି ପଡୁନାହିଁ l ରାଜ୍ଯ ସରକାରଙ୍କ ତରଫରୁ ପ୍ରତବର୍ଷ ସଫେଇ ଓ ସ୍ୱରେଜ ବ୍ୟବସ୍ଥା ପାଇଁ ପୌରପରିଷଦ ଗୁଡ଼ିକୁ ବ୍ୟାପକ ଅର୍ଥ ଯୋଗାଇ ଦେଉଥିଲେ ମଧ୍ଯ ମିଳୁଥିବା ଅର୍ଥ ବାଟ ମାରଣା ହେଉଥିବା ଫଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ କରିଛନ୍ତି ଏ ଅଞ୍ଚଳର ଜନସାଧାରଣ l ଏ ସବୁ ଦିଗରେ ପୌରପରିଷଦ କର୍ତ୍ତୁପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି l    (ପାରଳଖେମୁଣ୍ଡି/ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version