Home ଓଡ଼ିଶା କଟକ ନଗର କଂଗ୍ରେସ ସଙ୍ଗଠନକୁ ମଜବୁତ କରିବାକୁ ହେଲେ ; ଲୋକମାନଙ୍କ ମୌଳିକ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ହେବ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) କଟକ :- କଂଗ୍ରେସ ସଙ୍ଗଠନକୁ ମଜବୁତ କରିବାକୁ ହେଲେ ଲୋକମାନଙ୍କ ମୌଳିକ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ହେବ । କର୍ମୀ ମାନଙ୍କୁ ଏହି ଟିପ୍ସ ଦେଇଛନ୍ତି କଂଗ୍ରେସ ଦଳର କଟକ ନଗର ନବ ନିର୍ବାଚିତ ସଭାନେତ୍ରୀ ଗିରିବାଳା ବେହେରା । ଏଥିପାଇଁ ରବିବାର ଦଳ ପକ୍ଷରୁ , ବାରଙ୍ଗ ତ୍ରିଶୁଳିଆ ଠାରେ କର୍ମୀ ସମ୍ମଳନୀର ଆୟୋଜନ କରାଯାଇଥିଲା । ଯେଉଁଥିରେ କି 59 ଟି ୱାର୍ଡ ର କର୍ମୀଙ୍କ ସମେତ , ଜିଲ୍ଲାର କୋଣ ଅନୁକୋଣରୁ ଛୁଟି ଆସିଥିଲେ କର୍ମୀ ମାନେ ଏହି ସମ୍ମଳନୀକୁ । ନବନିର୍ବାଚିତ କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ଙ୍କୁ କର୍ମୀ ମାନେ ସ୍ୱାଗତ ସମ୍ବର୍ଦ୍ଧନ କରିଥିଲେ । ଏହି ସମ୍ମିଳନୀରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ , ପ୍ରତି ୱାର୍ଡରେ ହେଉଥିବା ଲୋକଙ୍କ ସମସ୍ୟା ପ୍ରତି ସମାଧାନ କରିବା ସହ , ସିଏମସି ଅବହେଳା ପ୍ରଦର୍ଶନ କରୁଥିବାରୁ ଏହାକୁ ବିରୋଧ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଏକ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) Categories: ଓଡ଼ିଶା, କଟକ, ହୋମ୍ Related Content ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ by Proprietor Abhimanyu Maharana November 1, 2026 ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026 ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana November 1, 2026 RASHTRIYA EKTA DIWAS OBSERVED AT KHURDA ROAD DIVISION by Proprietor Abhimanyu Maharana November 1, 2026 ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026 ଜାତୀୟ ଏକତା ଦିବସରେ ଜଟଣୀରେ ପ୍ରଥମ ସର୍ବ ଓଡ଼ିଶା ମିନି ମାରାଥନ ଅନୁଷ୍ଠିତ by Proprietor Abhimanyu Maharana November 1, 2026