ଟ୍ରାଫିକ ନିୟମକୁ ଫୁ କରି ପାରଳାଖେମୁଣ୍ଡି ଆଦର୍ଶ ଥାନା ସମ୍ମୁଖରେ ରାସ୍ତା ମଝିରେ ଏକ ବୋଲେରୋ ଗାଡ଼ି ଟି ଠିଆ ହୋଇଛି l

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାରପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ସମ୍ମୁଖ ମୂଖ୍ୟ ସଡକର ମଧ୍ୟ ସ୍ଥାନରେ, ଗୋଟାଏ ବୋଲେରୋ ଗାଡ଼ି ଥୋଇ ଆରୋହୀ ଯାଇଛନ୍ତି ନିଜ କାମରେ। ଟ୍ରାଫିକ ନିୟମକୁ ଫୁ। ଏଠି ନା ଅଛି ପୋଲିସ ଭୟ ନା ଅଛି ଜନସାଧାରଣଙ୍କ ପ୍ରତିବାଦର ସ୍ବର। ଭଗବାନ ଙ୍କ ଭରସାରେ ଚାଲିଛି ପୋଲିସ ବ୍ୟବସ୍ଥା l ପୁର୍ବତନ ଏସ.ପି. ସାରା ଶର୍ମାଙ୍କ ସମୟରେ ଗଜପତି ଜିଲ୍ଲାରେ ପୋଲିସ ବୋଲି ଗୋଟାଏ ବିଭାଗ ଥିଲା ଏବଂ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିଲା ବୋଲି ଲୋକେ ଅନୁଭବ କରିପାରୁଥିଲେ l

ନୂତନ ଏସ.ପି . ଯୋଗଦାନ ପରେ ପୋଲିସ ବ୍ୟବସ୍ଥା ପୁରା ପଙ୍ଗୁ ହୋଇଯାଇଥିବା ଦେଖିବାକୁ ମିଳୁଛି l ଯାହାର ଯେମିତି ଇଛା ସେ ଭଳି କାର୍ଯ୍ୟ ଚାଲିଛି l ଥାନା ସମ୍ମୁଖରେ
ଠିଆ ହୋଇଥିବା ପୋଲିସ ଅଧିକାରୀଙ୍କ ନୈତିକ କର୍ତ୍ତବ୍ୟ ନାହିଁ। ସେ କିଛି କହିବାର ନାହିଁ କି ମଝି ରାସ୍ତାରେ ଠିଆ ହୋଇଥିବା ଗାଡ଼ିଟିକୁ ହଟାଇବା ପାଇଁ ପଦକ୍ଷେପ ନ ନେବା ଗଜପତି ପୋଲିସ ର ଦକ୍ଷତା ଉପରେ ପ୍ରଶ୍ନ ଉଠିଛି ଏଭଳି ଦକ୍ଷତା ସମ୍ପନ୍ନ ଅଧିକାରୀ ପୋଲିସ ପୋଷାକ ପିନ୍ଧି ଥିଲେ କାହା ପାଇଁ ..? (ରିପୋର୍ଟ ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version