ଭେଙ୍ଗରାଜପୁର ଧାନ ମଣ୍ତିକୁ ପ୍ରଶାସନ ର ଅବହେଳା – ପଦ୍ମପୁର

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାରପଦ୍ମପୁର :-  ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ପଲସଦା ସେବା ସମବାୟ ସମିତି ଲିଃ ଅଧୀନସ୍ଥରେ ଭେଙ୍ଗରାଜପୁର ଧାନ ମଣ୍ତି କୁ ଏ ଯାଏଁ ଟୋକନ ଆସିନାହିଁ । ଚଳିତ ବର୍ଷ – ୨୦୨୦ ରେ ୯୧୯ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ୧୭ଟି ଗାଁକୁ ଧାନ ଏହି ମଣ୍ତିକୁ ଆସିଥାଏ । ଚଳିତ ବର୍ଷ ଧାନରେ ଅଜଣା ରୋଗ ପୋକ ଲାଗି ଥିବାରୁ ଚାଷୀ ଅକ୍ଳାନ୍ତ ପରିଶ୍ରମ କରି କିଛି ଧାନ ଅମଳ କରିଛି । ଋଣ କରଜ କରିଥିବା ଟଙ୍କାକୁ ମହାଜନକୁ ପରିଶୋଧ କରିବାର ଅଛି । ହେଲେ ଚାଷୀ ଟୋକନ କୁ ଚାହିଁ ବସିଛି । ଗତ ତା ୧୦.୯.୨୦ ରିଖରେ ପାଇକମାଲ ତହସିଲଦାର, ପଦ୍ମପୁର ACSO,ପାଇକମାଲ ସପ୍କାଇ ଭେଙ୍ଗରାଜପୁର ପଞ୍ଚାୟତର ସମସ୍ତ ଚାଷୀଙ୍କୁ ତଦନ୍ତ କରି ଡେଙ୍ଗନାଡିହି ଗ୍ରାମର ଉତ୍କଳ ଏସଏଚଜି ଗ୍ରୁପ୍ କୁ ଧାନ କିଣିବା ତାଲିମ୍ ପ୍ରଦାନ କରି ମଣ୍ତି ଖୋଲିବା ପାଇଁ ଏହି ଗ୍ରୁପ୍ କୁ ନିର୍ଦ୍ଦେଶ ଦେଇଥିଲେ ।

ତା ୨.୧୦ ରିଖରେ ଧାନ କିଣିବାର ଡସ୍ଟର ଇତ୍ୟାଦି ତଥା ସ୍ସଷ୍ଟ ଚିତ୍ର ଯନ୍ତ୍ର କିଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୁଇ ହଜାର ୬୦୦ କୁଇଣ୍ଟାଲ ଧାନର ମିଲ ଟାର୍ଗେଟ ଆସି ଅଛି । ତା ୧୯.୧୧.୨୦ ରିଖ ସୁଦ୍ଧା ୭୪୦୦ କୁଇଣ୍ଟାଲ କିଣିବାର ଟାର୍ଗେଟ ଅଛି । ଏହା ସତ୍ତ୍ୱେ ଏ ଯାଏଁ ଟୋକନ ଆସିନାହିଁ । କିଛି ଅସାଧୁ ଦଲାଲଙ୍କ ଚାପରେ ବଂଶବତ୍ତୀ ହୋଇ ଟୋକନ ପହଞ୍ଚାଇ ପାରୁନଥିବା ଉତ୍କଳ ଏସଏଚଜି ଗ୍ରୁପ୍ ସନ୍ଦେହ କରୁଛି । ତେଣୁ ବର୍ତ୍ତମାନ ହତାଶ ହେବାକୁ ବସିଲାଣି । ତେଣୁ କୃଷକ ସଙ୍ଗଠନ ପକ୍ଷରୁ ହୁତାଶନ ପାଣ୍ତେ, ଉମାକାନ୍ତ ଶତପଥୀ,ମହେଶ ମିଶ୍ର ସମେତ ଅନ୍ୟ ସମସ୍ତ ଚାଷୀ ତୁରନ୍ତ ଟୋକନ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ଓ ରାଜ୍ୟ କୃଷି ମନ୍ତ୍ରୀଙ୍କ ଠାରେ ଦୃଷ୍ଟି ଆକର୍ଷଣ କରି କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version