କୃଷକ ସଂଗଠନ ଦ୍ବାରା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ସ୍ବାଗତ

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ପଦ୍ମପୁର :- ୨୦୧୯ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପାଇବା ଆଶାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧିନସ୍ଥ ଭେଙ୍ଗରାଜପୁର,ଲଖମରା,ବାଦିକଟା ଆଦି ତିନୋଟି ଗୋଟି ପଞ୍ଚାୟତର ଚାଷୀ ହତାଶ ଓ ନିରାଶ ହୋଇଥିଲେ । କୃଷକ ସଂଗଠନ ମାଧ୍ୟମରେ ଓ ବିଭିନ୍ନ ରାଜନୈତିକ ଦଳର ସହଯୋଗରେ ଅନେକ ଥର ରାସ୍ତାରୋକ, ଉପ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ । ବତ୍ତର୍ମାନ ର ଶାସକ ଦଳ ଓଡିଶା କୃଷି କାନ୍ଧରେ ବନ୍ଧୁକ ରଖି ନିର୍ବାଚନୀ ବୈତରଣୀ ପାର୍ଟି ହୋଇଥିଲା କିନ୍ତୁ ଦୁଃଖର ବିଷୟ ଏହି ତିନୋଟି ପଞ୍ଚାୟତର କୃଷକ ମାନଙ୍କ ପାଇଁ ଆଖି ଖୋଲୁ ନ ଥିଲା । ଗତ ତା ୨୭.୧୦.୨୦ ରେ ତିନୋଟି ପଞ୍ଚାୟତ ର ଚାଷୀ ଏକତ୍ରିତ ହୋଇ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା – ୨୦୧୯ ବର୍ଷ ପାଇଁ ଆଲୋଚନା କରିବାର ନିଷ୍ପତ୍ତି ନେଇ ସିଧା ସଳଖ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତଙ୍କୁ ପହଞ୍ଚି ଥିଲେ ।

ଶ୍ରୀ ପୁରୋହିତ ବୀମା କମ୍ପାନୀର ଅଧିକାରୀ ଓ କୃଷି ବିଭାଗର ସଚିବ ଓ କେନ୍ଦ୍ର ମନ୍ତ୍ରୀ ମାନଙ୍କ ସହ ଫୋନ ମାଧ୍ୟମରେ ଅବଗତ କରିଥିଲେ । ପରିଶେଷରେ ତିନୋଟି ପଞ୍ଚାୟତର ଚାଷୀଙ୍କୁ ସାଙ୍ଗରେ ନେଇ ଦିଲ୍ଲୀ ପହଞ୍ଚି ଥିଲେ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ ଆଲୋଚନା କରିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଙ୍କୁ କୃଷି ଭବନରେ ସାକ୍ଷାତ କରି ଫସଲ ବୀମା ରାଶି ଯୋଗାଇ ଦେବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଆଚାର୍ଯ୍ୟର ବିଷୟ ଏହା ଯେ ଗତ ତା ୯.୧୧.୨୦ ରେ ଦିଲ୍ଲୀ ପହଞ୍ଚି ଥିଲେ ଏବଂ ଗତତା ୧୨.୧୧.୨୦ ରିଖରେ କେନ୍ଦ୍ର ସରକାର ମନ୍ତ୍ରୀ ଙ୍କ ଠାରୁ ବୀମା ରାଶି ଯୋଗାଇ ଦେବାପାଇଁ ଓଡିଶା ବୀମା କମ୍ପାନୀ ପାଖକୁ ନିର୍ଦ୍ଦେଶ ପତ୍ର ପହଞ୍ଚି ଯାଇଅଛି ।

ଏଠିକାର କୃଷକ ମାନଙ୍କର ସହିତ ପ୍ରତି ମୁହୁର୍ତ୍ତରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ସୁଖ ଦୁଃଖ ରେ ଜଡିତ ଥିବା ସହ କୃଷକଙ୍କ ଅଧିକାରୀକୁ ସାବ୍ଯସ୍ତ କରିବା ପାଇଁ ଆନ୍ଦୋଳନ ଆମରଣ ଅନଶନ ଏବଂ ଦିଲ୍ଲୀ ଦରବାରରେ ପହଞ୍ଚାଇ କୃଷକଙ୍କ ହକ୍ ଅଧିକାର ଯୋଗାଇ ପାରି ଥିବାରୁ ଭେଙ୍ଗରାଜପୁର ଜୟ କିଶାନ କୃଷକ ସଙ୍ଗଠନ ତରଫରୁ ସଂଗଠନ ସଂପାଦକ ଶ୍ରୀ ଉମାକାନ୍ତ ଶତପଥୀ,ବାଜିବନ ନାୟକ, ପୀତବାସ ସାହୁ,ମହେଶ ମିଶ୍ର,ବକ୍ର ସାହୁଙ୍କ ସମେତ କୃଷକ ଆସି ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ଶୀତ ବସ୍ତ୍ରରେ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ।        (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version