ବିଶ୍ୱରୁ ମହାମାରୀ କରୋନା ଦୂର ହେଉ ନେଇ – ହନୁମାନ ଚାଳିଶା ପୂଜାପାଠ

ଓଡ଼ିଶା ତାଜାନ୍ୟୁଜ୍ (୨୧ ନଭେମ୍ବର ଶନିବାର) କଟକ :- ବିଶ୍ୱରୁ ମହାମାରୀ କରୋନା ଦୂର ହେଉ , ପ୍ରାର୍ଥନା କରି ଶନିବାର ଦିନ କଟକ ଜିଲ୍ଲା ଫୁଲନଖରା ଓମଫେଡ଼ କଲୋନୀ ବାସିନ୍ଦାଙ୍କ ପକ୍ଷରୁ, ଏକ ହନୁମାନ ଚାଳିଶା ପୂଜା ପାଠ କରାଯାଇଥିଲା । ମହାମାରୀ କରୋନା ପାଇଁ ଧନଜୀବନ ହାନୀ ଘଟିବା ସହିତ , ବଶ୍ୱର ଉନ୍ନତି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟିକରିଛି । ଲୋକେ ବିଭିନ୍ନ ଅସୁବିଧାରେ ଦିନକାଟୁଛନ୍ତି ।

ମହାବୀର ହନୁମାନ ସମସ୍ତଙ୍କର ମଙ୍ଗଳ କରନ୍ତୁ ନେଇ ହରିବୋଲ ହୁଳହୁଳି ଧ୍ୱନିରେ ପୂଜା ସ୍ଥଳୀ ଉସ୍ଚବ ମୁଖର ହୋଇ ଉଠିଥିଲା । ସୁଦର୍ଶନ ତ୍ରିପାଠୀ , ସୁଶାନ୍ତ କୁମାର ଦାସ, ପ୍ରଦୀପ୍ତ କର, ବଳରାମ ସାହୁ , ବସନ୍ତ ସାସମଲ , ମୁକ୍ତିକାନ୍ତ ମହାପାତ୍ର , ବିବେକାନନ୍ଦ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)  

Exit mobile version