ସଡକ ଉପରେ ଶବ ରଖି ; ଶ୍ମଶାନ ପାଇଁ ଧାରଣା ଦେଲେ – ସ୍ଥାନୀୟ ବାସିନ୍ଦା  

ଓଡ଼ିଶା ତାଜାନ୍ୟୁଜ୍ (୨୧ ନଭେମ୍ବର ଶନିବାର) ଶରଣକୁଳ :- ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଭାଳିଆଡିହି ଗ୍ରାମରେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଅଛି । ଶ୍ମଶାନକୁ ନେଇ ଗୋଷ୍ଠୀ ବିବାଦ ଥମିନଥିବା ବେଳେ ଦୀର୍ଘ ସମୟ ହେଵ ଗ୍ରାମ ମଝିରେ ଶବ ପଡିରହିବା ପରେ ଆଜି ଶବକୁ ସତ୍କାର କରାଯାଇଛି ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ,ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଭାଲିଆଡିହ ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା।ଗତକାଲି ସନ୍ଧ୍ୟାରେ ସେହି ଗାଁର ନାଥ ପ୍ରଧାନଙ୍କର ମୃତ୍ୟୁ ହେବାରେ ପରିବାର ଲୋକ ସତ୍କାର ପାଇଁ ଗାଁ ସ୍ମଶାନକୁ ନେଇଥିବା ବେଳେ ଅନ୍ୟ ଏକ ଗୋଷ୍ଠିଦ୍ୱାରା ବିରୋଧର ସମ୍ମୁଖୀନ ହୋଇ ଶବ ସତ୍କାର ହୋଇ ନପାରି ରାସ୍ତାରେ ପଡିରହିବା ଯୋଗୁ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶପାଇଥିଲା ତେବେ ସେଠାରେ ଆଜି ନୟାଗଡ,ଓଡ଼ଗାଁ ତହସିଲଦାରଙ୍କ ସମେତ ଶରଣକୁଳ,

ଓଡ଼ଗାଁ, ରଣପୁର,ନୟାଗଡ ପୋଲିସ ଓ ରାଜସ୍ୱ ନିରୀକ୍ଷକ ମିଶି ଘଟଣାର ସମାଧାନ କରି ଶବ ସତ୍କାର କରାଇବା ପାଇଁ ଉଭୟ ଗୋଷ୍ଠିଙ୍କୁ ବୁଝାଇବା ପରେ ଏଇ ସନ୍ଧ୍ୟା୬ଟାରେ ଶବ ସତ୍କାର କରାଯାଇଥିଲା । ପୂର୍ବରୁ ମଧ୍ୟ ଉକ୍ତ ସ୍ମଶାନ ପାଇଁ ଗୋଷ୍ଠୀ ସଂଘର୍ଷ ହୋଇଥିଲା ।ତେବେ ଆସନ୍ତା ସୋମବାର ଦିନ ଶରଣକୁଳ ମା”ଝାଡେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀଙ୍କୁ ନେଇ ସ୍ମଶାନ ବିବାଦର ସ୍ଥାୟୀ ସମାଧାନ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।            (ଓଡ଼ଗାଁ ରିପୋର୍ଟ/ଅଶ୍ଵିନୀ କୁମାର ସାହୁ )

Exit mobile version