ଆନ୍ଧ୍ର ଓଡ଼ିଶା ସୀମା ବିବାଦ, ରାଜ୍ଯ ସରକାରଙ୍କ ଉଦାସୀନତା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି l

ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର ) ପାରଳାଖେମୁଣ୍ଡି :- ଓଡିଶା ଆନ୍ଧ୍ର ସୀମା ବିବାଦ ଭଳି ଗୁରତ୍ୱପୂର୍ଣ ପ୍ରସଙ୍ଗ ଉପରେ ସରକାର ଗୁରୁତ୍ୱ ଦେଉନଥିବା କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି l ସୀମା ବିବାଦର ସମାଧାନ ଜିଲ୍ଲା ପ୍ରଶାସନ ଦ୍ୱାରା କେବେବି ସମ୍ଭବ ନୁହେଁ। ତୁରନ୍ତ ରାଜ୍ୟ ସରକାର କିମ୍ଵା ମୁଖ୍ୟ ଶାସନ ସଚିବ ଏଥିରେ ହସ୍ତକ୍ଷେପ କରନ୍ତୁ। ବିଧାନ ସଭାର ସିତ ଅଧିବେଶନର ପ୍ରଥମ ଦିନରେ ହିଁ କଂଗ୍ରେସ ଏହି ପ୍ରସଙ୍ଗ ଉଠେଇବ। ପ୍ରଥମେ ନାରାୟଣପାଟଣା, କୋଟିଆ ଓ ବର୍ତ୍ତମାନ ପଟାଙ୍ଗି ବ୍ଲକର ସମ୍ବାଇରେ ଆନ୍ଧ୍ରର ଅନୁପ୍ରବେଶକୁ ବରଦାସ୍ତ କରାଜୀବ ନାହି ।

ସୂଚନା ଥାଉକି କିଛିଦିନ ତଳେ ନାରାୟଣପାଟଣା ବ୍ଲକର ଲାଙ୍ଗଳବେଡା ଗ୍ରାମରେ ପଟ୍ଟା ବାଣ୍ଟିବା ସହ ଗତ ଆଠ ଦିନ ହେବ ସମ୍ବାଇରେ ଆନ୍ଧ୍ର ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଏପଟେ କୋଟିଆର ତଳ ଗଂଜେଇପଦରରେ ପୁଣି ପୋଖରୀ ଖୋଳା ଆରମ୍ଭ କରିଦେଛି। ଓଡିଶା ସରକାର ସମୟ ଥାଉ ଥାଉ ଯଦି ଏହାର ସମାଧାନ ନ କରନ୍ତି ତାହେଲେ ଏଥିପାଇଁ ଯଦି କୌଣସି ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ ସରକାର ସମ୍ପୂର୍ଣ ଦାଇ ରହିବେ ବୋଲି ତାରା କହିଛନ୍ତି।      (ପାରଳାଖେମୁଣ୍ଡି/ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version