Home ଓଡ଼ିଶା ବୃକ୍ଷ ରୋପଣ ନାମରେ ଠକେଇ, କାମ ନ କରି ଲୋକକଂ ଆକାଉଣ୍ଟ୍ କୁ ଯାଉଛି ଟଙ୍କା।ବିବାଦରେ ଛନ୍ଦି ହେଲେ ବନବିଭାଗ ଅଧିକାରୀଣୀ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର ) କୋଦଳା : – ବନ ବିଭାଗ ଅଧିନରେ କରାଯାଉଥିବା ବୃକ୍ଷ ରୋପଣରେ ହେଉଛି ଦୁର୍ନୀତି। ଏଭଳି ଏକ ସାଂଘାତିକ ଘଟଣାର ଖୁଲାସା କରିଛି ଫୋକସ୍ ପ୍ଲସ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସୁମଣ୍ଡଳ ବନ ବିଭାଗ ଅଧିନସ୍ଥ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣରେ ଦେଖିବାକୁ ମିଳିଛି ଦୁର୍ନୀତିର ଗନ୍ଧ। ବିଭାଗ ପକ୍ଷରୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ବୃକ୍ଷରୋପଣ ନାମରେ ହୋଇଛି ଖୁଲମଖୁଲା ଦୁର୍ନୀତି ।ମନରେଗା ଯୋଜନା ମାଧ୍ୟମରେ ବୃକ୍ଷ ରୋପଣ କରାଯାଇଥିବା ବେଳେ କାମ ନକରି ଥିବା ଲୋକମାନଙ୍କ ଆକାଉଣ୍ଟ୍ କୁ ପଠା ଯାଇଛି ମଜୁରୀ ବାବଦରେ ଅର୍ଥ। ଯାହାକୁ ନେଇ ଜିଲ୍ଲାପାଳଙ୍କ ନିକଟକୁ ନିମିନା ଗ୍ରାମର କିଛି ବ୍ଯକ୍ତି ଅଭିଯୋଗ ପତ୍ର ପଠାଇଛନ୍ତି। ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବାସ୍ତବରେ ତାହା କାର୍ଯ୍ୟକାରୀ ହୋଇ ପାରୁନି । ସୁମଣ୍ଡଳ ବନ ବିଭାଗ ଅଧିକାରୀଣୀ ସସ୍ମିତା ଦଳବେହେରା ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ନେଇ ବ୍ଲକର ନିମିନା, ଚନ୍ଦନପୁର ସମେତ ଅନେକ ସ୍ଥାନରୁ ଅଭିଯୋଗ ଆସିଛି। ଘଟଣାକୁ ନେଇ ସଂପୃକ୍ତ ଅଧିକାରୀଣୀ ସସ୍ମିତା ଦଳବେହେରାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବା ପରେ ସେ ଏହାକୁ ନେଇ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହା ବି ସାଂଘାତିକ। ମନରେଗା ଯୋଜନାରେ ଏଭଳି କାମ ହେଉଥିବା କଥା ଏବଂ ସବୁ ଠିକ୍ ଠାକ୍ ଦେଖିଲେ କାମ ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି। ଏପରିକି ଏ ସମ୍ପର୍କରେ ବିଡିଓ ଓ କଲେକ୍ଟର ମଧ୍ୟ ଜାଣନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି। ମନରେଗା ଯୋଜନାରେ ଜବକାର୍ଡ ହିତାଧିକାରୀଙ୍କୁ କାମ ଦିଆଯିବା ସହ ସେମାନଙ୍କ ବ୍ଯାକଂ ଆକାଉଣ୍ଟ୍ କୁ ସିଧା ସଳଖ ମଜୁରୀ ବାବଦୀୟ ଅର୍ଥ ପଠାଇବା ନିୟମ ରହିଛି। ତେବେ କାମ ନ କରିଥିବା ଲୋକଙ୍କ ଆକାଉଣ୍ଟ୍ କୁ କେଉଁ ଉଦେଶ୍ୟରେ ଟକାଂ ପଠାଗଲା ତାକୁ ନେଇ ଉଠିଛି ପ୍ରଶ୍ନ। ସରକାରଙ୍କ ଗାଇଡ୍ ଲାଇନ୍ କୁ ଧଜିଆ ଉଡ଼ାଉଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ । (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ) Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ by Proprietor Abhimanyu Maharana September 6, 2026 ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ by Proprietor Abhimanyu Maharana September 6, 2026 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ by Proprietor Abhimanyu Maharana September 6, 2026 ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ by Proprietor Abhimanyu Maharana September 6, 2026 ପାରମ୍ପରିକ କଳା ଓ କାରିଗରଙ୍କ ସମ୍ମାନ ପାଇଁ ‘ସଂପର୍କ’ ଓ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର ପ୍ରୟାସ by Proprietor Abhimanyu Maharana September 6, 2026 ୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ୨ଅଟକ by Proprietor Abhimanyu Maharana September 6, 2026