ଭୂତସରସିଙ୍ଗ ଗ୍ରାମରେ ମେଗା ରକ୍ତ ଦାନ ଶିବିର

ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର ) ବ୍ରହ୍ମପୁର :-  କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ପୁରୁଷୋତ୍ତମପୁର ବ୍ଲକ ଭୂତସରସିଙ୍ଗ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ଠାରେ ଜୀବନ ବିନ୍ଦୁ ଓ ମୋ ପରିବାର ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି l ଏହି ରକ୍ତଦାନ ଶିବିରରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ,ଗଞ୍ଜାମ ଜିଲ୍ଲା ଜିଲାପରିଷଦ ଅଧକ୍ଷା ସୋନମ ପୋଲାଇ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ମୋ ପରିବାର ଜିଲ୍ଲା ସଂଯୋଜକ ତଥା ରାଜ୍ୟ ବିଜେଡି ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା,

ମୋ ପରିବାର ସହ ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ଗଞ୍ଜାମ ବିଜେଡି ମହିଳା ସଭାନେତ୍ରୀ ସଙ୍ଘମିତ୍ର। ଦଳାଇ,ନାରୀ ନେତ୍ରୀ ହରପ୍ରିୟା ସାହୁ, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ଜଗନ୍ନାଥ ସାବତ,ଗଞ୍ଜାମ ଛାତ୍ରବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୁରୁଷୋତ୍ତମପୁରବ୍ଲକ ର ଭୀମପୁର ସରପଞ୍ଚ ଗୋପାଳସେଠି, ରାଇପୁର ସରପଞ୍ଚ ରାଜେନ୍ଦ୍ର ଶତପଥୀ, ଶିକୁଳା ସରପଞ୍ଚ ନନ୍ଦି ନୀ ବେହେରା, ଗୋବଦ୍ଧନ ବିଷୋୟି, ଭଜବେହେରା,ମାଧବ ଲେଙ୍କା, ପପୁ ପ୍ରଧାନ, ଅରଖପୁର ଯୁବକ ସଙ୍ଘ ସଦସ୍ୟ ବୃନ୍ଦ, ସମସ୍ତ ପଂଚାୟତ ବିଜେଡି ନେତା ତଥା ବିଜେଡି କର୍ମି ସରପଞ୍ଚ ଓ ସମିତିସଭ୍ୟଯୋଗ ଦେଇ ଥିଲେ। ଏହିଶିବିର ରୁ୩୩୬ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version