Home ଓଡ଼ିଶା ଫାସି ପଞ୍ଚାୟତ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର ) କୋଦଳା :- ଶୁକ୍ରବାର ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଗତ ଫାସି ମାଣିକେଶ୍ବର ମନ୍ଦୀର ପରିସରରେ ସରପଞ୍ଚ ନବୀନ କୁମାର ଦଳେଇଙ୍କ ତତ୍ଵାବଧାନରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତହସିଲଦାର ଅବନୀ କୁମାର ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଯୋଗଦେଇ ଲୋକମାନଙ୍କ ଅଭିଯୋଗ ଶୁଣିବା ସହିତ ସମାଧାନ କରିବାକୁ ଚେଷ୍ଟା କରିବା ସହିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ, ସୁବିଧା ଏବଂ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଜନସାଧାରଣ ଙ୍କୁ କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟ ରେ ସମିତି ସଭ୍ୟ ଭଗବାନ ନାହାକ. ନାୟବ ସରପଞ୍ଚ ହୀନ ସେଠି କୋଦଳା ସର୍କଲ୍ ର ରାଜସ୍ୱ ନିରୀକ୍ଷକ ଶେଖର ସେଠୀ,ଫାସି ରାଜସ୍ବ ନିରିକ୍ଷ୍ଯକ ଜସ୍ମୀନ ବିଶ୍ବାଳ ସମେତ ସମସ୍ତ ତହସିଲ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ୫୩ଜଣ ହିତାଧିକାରୀ ଯୋଗ ଦେଇଥିବା ବେଳେ ୧୯ଜଣଙ୍କୁ ଘର ପଟ୍ଟା, ୧୧ଜଣଙ୍କୁ ଗ୍ରାମ କଣ୍ଟକ, ମ୍ୟୁଟେସନ୍, ରେଜିଷ୍ଟ୍ରେସନ୍, ଜାତିଗତ, ସ୍ଥାୟୀବାସିନ୍ଦା ପ୍ରମାଣ ପତ୍ର, ସୀମା ନିର୍ଦ୍ଧାରଣ, ରୁଣ ପରିଶୋଧ କ୍ଷମତା ପ୍ରମାଣ ପତ୍ର,ଓ ଦୁଇ ଜଣଙ୍କୁ କିସମ ପରିବର୍ତ୍ତନ ଆଦି ସେବା ଯୋଗାଇ ଦିଆଯାଇଥିବା ଦେଖିବାକୁ ମିଳିଥିବା ବେଳେ ଆଗକୁ ମଧ୍ୟ ଏହି ସେବା ଯୋଗାଇଦିଆଯିବ ବୋଲି ତହସିଲଦାର୍ ପ୍ରକାଶ କରିଛନ୍ତି । (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ) Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ by Proprietor Abhimanyu Maharana September 6, 2026 ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ by Proprietor Abhimanyu Maharana September 6, 2026 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ by Proprietor Abhimanyu Maharana September 6, 2026 ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ by Proprietor Abhimanyu Maharana September 6, 2026 ପାରମ୍ପରିକ କଳା ଓ କାରିଗରଙ୍କ ସମ୍ମାନ ପାଇଁ ‘ସଂପର୍କ’ ଓ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର ପ୍ରୟାସ by Proprietor Abhimanyu Maharana September 6, 2026 ୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ୨ଅଟକ by Proprietor Abhimanyu Maharana September 6, 2026