ଢେଙ୍କାନାଳ ଗନ୍ଦିଆ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ ଧକ୍କାରେ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ମୃତ

 

ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) ଢେଙ୍କାନାଳ :- ଆଜି ଅପରାହ୍ନରେ ଜିଲ୍ଲା ଗନ୍ଦିଆ ବ୍ଳକ ଓ ବିଧାରପୁର ଗ୍ରାମ ମଝିରେ ଥିବା ସାପୁଆ ଝର ବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା। ଧକ୍କାରେ ବାଇକ୍ ଚାଳକ ତଥା ସରସ୍ଵତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମୃତ।

ସୂଚନାଯୋଗ୍ୟ, କାମାକ୍ଷାନଗର ବ୍ଳକ ଆଳତୁମା ଗ୍ରାମର ଭୀମ ସାହୁଙ୍କ ପୁଅ ବୈଦ୍ୟନାଥ ସାହୁ ତଥା କୌଣସି ଏକ ସରସ୍ବତୀ ଶିଶୁ ମନ୍ଦିରରେ କାର୍ଯ୍ୟରତ ଥିବା ପ୍ରଧାନ ଆଚାର୍ଯ୍ୟ ଆଜି ଅପରାହ୍ନରେ OR06J 2487 ନମ୍ବର ବିଶିଷ୍ଟ ବାଇକ୍ ଯୋଗେ ଢେଙ୍କାନାଳରୁ ଗନ୍ଦିଆ ଅଭିମୁଖେ ଫେରୁଥିବା ସମୟରେ ବିଧାରପୁର ଗ୍ରାମ ପରେ ଥିବା ସାପୁଆଝର ବ୍ରିଜ୍ ନିକଟରେ ସାମ୍ନାପଟୁ ଆସୁଥିବା ଏକ OD16C 6714 ନମ୍ବର ବିଶିଷ୍ଟ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କାରେ ବାଇକ୍ ଚାଳକ ପ୍ରଧାନ ଆଚାର୍ଯ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଦ୍ଵାରା ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। (ରିପୋର୍ଟ୍, ଅମର ରଞ୍ଜନ ଦାସ)

Exit mobile version