ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ନିରୂପମା ସିଂଙ୍କ ନିଲମ୍ବନ ଆଦେଶ କୁ ଖାରଜ କଲେ ଉଚ୍ଚ ନ୍ୟାୟାଳୟ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ନିରୂପମା ସିଂଙ୍କ ନିଲମ୍ବନ ଆଦେଶ କୁ ଖାରଜ କରି ତାଙ୍କୁ ପୁନର୍ବାର ସରପଞ୍ଚ ପଦରେ ଅବସ୍ଥାପିତ କରିବା ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ପଡିଛି । ଏ ବିଷୟରେ ରାଜ୍ୟ ପଞ୍ଚାୟତ ରାଜ ବିଭାଗ ଯୁଗ୍ମ ସଚିବ ପତ୍ର ୧୮୨୨୪ ତା ୧୮ ୵ ୧୧ ୵ ୨୦ ଅନୁସାରେ ବରଗଡ଼ ଜିଲ୍ଲାପାଳ,ପଦ୍ମପୁର ଉପ ଜିଲ୍ଲାପାଳ,ପାଇକମାଲ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନା ଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ ଟେମରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୂପମା ସିଂଙ୍କୁ ବରଗଡ଼ ଜିଲ୍ଲାପାଳ ଜ୍ଯୋତି ରଞ୍ଜନ ପ୍ରଧାନ ଚିଠି ନମ୍ବର ୬୯୬ ଜିପି ତା ୪ ୵ ୯ ୵ ୨୦ ଅନୁସାରେ ଧାରା ୧୧୫ ର ଉପଧାରା ୨ ଓପିଜି ଆକ୍ଟ ୧୯୬୪ ଆଧାରରେ ନିଲମ୍ବତି କରାଯାଇଥିଲା । ଏହାପରେ ନାଏବ ସରପଞ୍ଚ ଶଶୀ ବନଛୋର ତୁରନ୍ତ କାର୍ଯ୍ୟ ତୁଲାଉ ଥିଲେ । ରିପୋର୍ଟ – ନିରୋଜ କୁମାର ପାଣୀ

Exit mobile version