ବିଶ୍ବ ପାଇଖାନା ଦିବସରେ ଜିଲ୍ଲା ପୌରପାଳିକା ପକ୍ଷରୁ ନିଆରା ଢ଼ଙ୍ଗରେ ଜନସଚେତନତା ପଦଯାତ୍ରା – ଢେଙ୍କାନାଳ

 

ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) ଢେଙ୍କାନାଳ :- ଆଜି ବିଶ୍ବ ପାଇଖାନା ଦିବସରେ ଜିଲ୍ଲା ପୌରପାଳିକା ପକ୍ଷରୁ ସହରରେ ନିଆରା ଢ଼ଙ୍ଗରେ ଜନସଚେତନତା ପଦଯାତ୍ରା ପାଳିତ ହୋଇଯାଇଛି।ପୌର ନିର୍ବାହୀ ଅଧିକାରୀଙ୍କ ନେତୃତ୍ବରେ ଏବଂ ପ୍ରତ୍ୟେକ ୱାର୍ଡର ସ୍ଵେଚ୍ଛାସେବୀଙ୍କ ସହଯୋଗରେ ଜିଲ୍ଲା ଟାଉନ୍ ହଲ୍ ଠାରୁ ବାଜିଚୌକ ପର୍ଯ୍ୟନ୍ତ ସ୍ୱଚ୍ଛତାକୁ ନେଇ ଏକ ଜନସଚେତନତା ପଦଯାତ୍ରା ନିଆରା ଢଙ୍ଗରେ

ତଥା ଚକୁଳିଆ ପଣ୍ଡା ବେଶ ଧରି ଲୋକ ମାନଙ୍କୁ ସଚେତନ କରାଯିବା ସହ ବାଦ୍ୟଯନ୍ତ୍ର ଯାନ ଦ୍ଵାରା ସହରରେ ସଚେତନ ବାର୍ତ୍ତାର ପ୍ରଚାର କରାଯାଇଛି।ସ୍ୱଚ୍ଛତାରେ ସମଗ୍ର ରାଜ୍ୟରେ ଢେଙ୍କାନାଳ ସହର ତୃତୀୟ ସ୍ଥାନରେ ଥିବାବେଳେ ଆଗକୁ ଏକ ନମ୍ବର ସହର ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖିଛୁ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ । (ରିପୋର୍ଟ୍,ଅମର ରଞ୍ଜନ ଦାସ)

Exit mobile version