ଅସୁରେଶ୍ୱରର କେନ୍ଦିଲୋ ଠାରେ 33/11ବିଦ୍ୟୁତ ସବଷ୍ଟେସନକୁ ଉଦଘାଟନ କଲେ – ଶକ୍ତି ଓ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର

ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଗୁରୁବାର ) ମାହାଙ୍ଗା : – କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଂଚାୟତ କେନ୍ଦିଲୋ ଠାରେ ଏକ ଉଦଘାଟନ ଉତ୍ସବ ରେ ଉଦଘାଟକ ଭାବେ ପଂଚାୟତରାଜ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ୫ କୋଟିରୁ ଉର୍ଦ୍ଧ ଅର୍ଥ ବ୍ୟୟ ମଂଜୁରରେ ନୂତନ 33/11 ବିଦ୍ୟୁତ ସବ ଷ୍ଟେସନର ଶୁଭ ଉଦଘାଟନ କରିବାସହ ଏକ ସାଧାରଣ ସଭାରେ ଯୋଗଦେଇ ଗ୍ରାମାଞ୍ଚଳରେ ଲୋକମାନଙ୍କୁ କିପରି 24ଘଣ୍ଟା ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇ ଦିଆ ଯଇପାରିବ ଓ ଗ୍ରାମାଞ୍ଚଳର ଲୋକମାନେ ଲୋ ଭୋଲଟେଜ ସମସ୍ୟାରୁ ମୁକ୍ତି ପାଇବେ ସେଥିନେଇ ଗୁରୁତ୍ୱାରୋପ କରିଥିଲେ,

ମୁଖ୍ୟ ଅତିଥିଭାବେ ଶକ୍ତି ଓ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ କଟକ ଜିଲ୍ଲାର ପୂର୍ବଜଙ୍କ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିବାସହ ନବୀନ ବାବୁଙ୍କ ବିଜେଡି ସରକାର ସବୁବେଳେ ଲୋକମାନଙ୍କର ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେଇ ସମସ୍ୟା ସମାଧାନ କରିବା ସହ ଲୋକମାନଙ୍କୁ କିପରି ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇଦିଆଯିବ ସେଥିନେଇ ବିଜେଡି ସରକାର ସଂକଳ୍ପବଧ ବୋଲି ମତ ପ୍ରକାଶ କରିଥିଲେ, ସଭାରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷ ସବିତା ଓଝା ସଭାପତିତ୍ୱ କରି ମନ୍ତ୍ରୀ ଜେନାଙ୍କ ଶାସନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶ ଧାରା ସମ୍ପର୍କରେ ଆଲୋଚନା କରିଥିଲେ ,

ଅତିଥି ଭାବେ ପ୍ରାକ୍ତନ ବ୍ଲକ ଅଧକ୍ଷ ଗିରିଶ ରଂଜନ ମହାପାତ୍ର,ଯୁବ ସଂଗଠକ ଅଶୋକ କୁମାର ଓଝା, ବିଜେଡି ବ୍ଲକ ସଭାପତି ରମାକାନ୍ତ ମହାନ୍ତି, ଜିଲାପରିସଦ ସଭ୍ୟା ଗୀତାଞ୍ଜଳି ପଣ୍ଡା,ସବିତା ସାମଲ, ବସନ୍ତ ସାହୁ, ସରପଂଚ ମହେଶ୍ୱର ବାରିକ, ଯୋଗଦେଇଥିବାବେଳ ବହୁ ସରପଞ୍ଚ ଓ ଦଳୀୟ କର୍ମୀମାନେ ସଭାରେ ଉପସ୍ଥିତ ରହିଥିଲେ । ପ୍ରକାଶ ସାହୁ ଧନ୍ୟବାଦ ଦେଇଥିଲେ,        (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ)

Exit mobile version