ନୟାଗଡରେ ୬୯ ତମ ଗୋ ସମ୍ବର୍ଦ୍ଧନା ସପ୍ତାହ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଗୁରୁବାର ) ନୟାଗଡ :- ସିନ୍ଦୁରିଆସ୍ତିତ ପ୍ରାଣୀ ଚିକିତ୍ସାଳୟ ପରିସରରେ ୬୯ ତମ ଗୋ ସମ୍ବର୍ଦ୍ଧନା ସପ୍ତାହ ପାଳିତ ହୋଇଯାଇଛି |ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ପ୍ରାଣିଧନ ଅଧିକାରୀ ଡ଼ଃ ମୁରଲୀଧର ବେହେରାଙ୍କ ସଭାପତିତ୍ବ ରେ ଏକ ସଚେତନତା ସଭା ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ସମ୍ମାନିତ ଅତିଥି ଭାବେ ପୀ.ଡି଼.ଡି.ଅର.ଡି.ଏ ସୁବାଷ ଚନ୍ଦ୍ର ରାୟ ଯୋଗ ଦେଇ ଗାଈ ଗୋରୁଙ୍କ ସେବା ଦ୍ୱାରା କଣ ଉନ୍ନତି ହୋଇଥାଏ ତାର ଅବତାରଣା କରିବା ସହ ଗାଈ ଗୋରୁଙ୍କ ଯତ୍ନ ନେବା ସହ ବ୍ୟାପକ ଭାବେ ଘାସ ଚାଷ କରିବା ପାଇଁ ଆହ୍ୱାନ ଦେଇଥିଲେ | 

ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ନୋଡାଲ ଅଧିକାରୀ ଡ଼ଃ ପ୍ରତାପ କୁମାର ପ୍ରଧାନ, ଡେପୁଟି ଡାଇରେକଟର ଡ଼ଃ ଦେବରାଜ ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ଡ଼ଃ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ପରିପ୍ରେକ୍ଷୀରେ ଅତିଥି ଦ୍ବୟ ଜିଲ୍ଲା ପ୍ରାଣୀ ରୋଗ ନିରୂପଣ କେନ୍ଦ୍ର ସହ କୁକୁଡ଼ା ହ୍ୟାଚେରୀକୁ ବୁଲି ଦେଖିଥିଲେ  |

ପରେ ପରେ ଦିନ ୧୧ ଘ.ରୁ ଦିନ ୨ ଘ. ପର୍ଯ୍ୟନ୍ତ ଅନ ଲାଇନ ରେ ଭିଡିଓ କନ୍ଫରସିଂ ମାଧ୍ୟମରେ ରାଜ୍ୟ କାର୍ଯ୍ୟାଳୟ ତରଫରୁ ଗୋ ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯକ୍ରମ ସଫଳତା ର ସହ ଆରମ୍ଭ ହୋଇଛି ଏ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ପ୍ରାଣିଧନ ସୁରକ୍ଷା କାର୍ଯ୍ୟାଳୟ ତରଫରୁ ବେଶ ଶାନ୍ତି ଶୃଙ୍ଖଳାର ସହ କୋଭିଡ ଆଇନ ଅନୁଯାୟୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି |   (ନୟାଗଡ ଜିଲ୍ଲା ରିପୋର୍ଟ-ରାମକୃଷ୍ଣ ରଥ)

Exit mobile version