ବରଗଡ଼ ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଜନ ଆନ୍ଦୋଳନ ତେଜୁଛି

ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଗୁରୁବାର ) ବରଗଡ଼ :-ବରଗଡ଼ ଜିଲ୍ଲାରେ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ସର୍ବାଧିକ ହୋଇଥିବାରୁ ଏଠାରେ ଏକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଜନସାଧାରଣ ରେ ବହୁ ଦିନରୁ ଦାବି ହୋଇ ଆସୁଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବରଗଡ଼ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ।ମାତ୍ର ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶୃତି ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନପାରିବାରୁ ଜିଲ୍ଲା ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ପରିପ୍ରେକ୍ଷୀରେ ଗତ କାଲିଠାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ଦୋଳତ୍ମକ ପନ୍ଥା ଆରମ୍ଭ ହୋଇଛି। ଗତକାଲି କୋମଲ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବରଗଡ଼ ସଦର ମହକୁମା ଗାନ୍ଧୀ ଛକ ଠାରେ ଆମରଣ ଅନଶନ ଆରମ୍ଭ କରାଯାଇଛି। ଆସନ୍ତା କାଲି ୟୁନାଇଟେଡ଼ ଫୋରମ୍ ଅଫ୍ କ୍ୟାନସର ହସ୍ପିଟାଲ ପକ୍ଷରୁ ଜନ ଆନ୍ଦୋଳନ ରାଲିର ଆୟୋଜନ କରାଯାଇଛି। ଏହି ରାଲି ବରଗଡ଼ କଲି ମନ୍ଦିର ଛକରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ ଙ୍କ ଅଫିସ ରେ ପହଞ୍ଚି ଦାବି ପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥୂବା ଫୋରମ୍ ର ସଂଯୋଜକ ପ୍ରଦୀପ ଦେବତା ସୂଚନା ଦେଇଛନ୍ତି। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version