ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍ ପକ୍ଷରୁ କଟକ ଓ ପୁରୀରେ ଦୁଇଟି ନୂଆ ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆର୍‌ସି) ଉନ୍ମୋଚନ କରାଯିବ

ଓଡ଼ିଶାରେ ପ୍ରଥମ ଥର ପାଇଁ କୌଣସି ୟୁଟିଲିଟି ଦ୍ୱାରା କଟକରେ ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ସିଆର୍‌ସି ଖୋଲାଯିବ 1.ଉତ୍କୃଷ୍ଟ ସେବା ପାଇଁ ପୁରୀରେ ନୂଆ ସିଆର୍‌ସି ଉନ୍ମୋଚନ କରାଯିବ 2.ଉନ୍ନତ ଗ୍ରାହକ ଅଭୁନୂତି ପ୍ରଦାନ କରିବା ଲାଗି ଏହି ସିଆର୍‌ସି 3.ସମପୂର୍ଣ୍ଣ ରୂପେ ଉତମ ତାଲିମପ୍ରାପ୍ତ ଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ ।

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) ଭୁବନେଶ୍ୱର :- ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ଓ ପୁରୀରେ ଦୁଇଟି ନୂଆ ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆର୍‌ସି) ଉନ୍ମୋଚନ କରାଯିବ । ଏହି ନୂତନ ଯୋଗ ଜରିଆରେ ଓଡ଼ିଶାରେ ଟାଟା ପାୱାରର ସିଆର୍‌ସି ଶୃଙ୍ଖଳା ସଂଖ୍ୟା ୩ଟି ଗ୍ରାହକ ସମ୍ପର୍କ କେନ୍ଦ୍ରରେ ପହଂଚିବ । ଉଭୟ ସିଆର୍‌ସି ସମ୍ପୂର୍ଣ୍ଣ ରୂପେ ଉତମ ତାଲିମପ୍ରାପ୍ତ ପୁରୁଷ ଓ ମହିଳାମାନଙ୍କ ଏକ ଟିମ୍ ଦ୍ୱାରା ପରିଚାଳିତ ହେବ ଯେଉଁମାନେ ନୂଆ ବିଦ୍ୟୁତ ସଂଯୋଗ ଆବେଦନ, ମାସିକ ବିଲ୍ ପେମେଂଟ୍‌, ଗ୍ରାହକଙ୍କ ପ୍ରଶ୍ନ ଓ ସମସ୍ୟାର ସମାଧାନ କରିବା ସହିତ ସିଆର୍‌ସି ସମ୍ପର୍କିତ ଅନ୍ୟାନ୍ୟ ସେବା ଆଦି ବିଭିନ୍ନ ପ୍ରକାର ସେବାକୁ ମୁକାବିଲା କରିବା ଲାଗି ତାଲିମପ୍ରାପ୍ତ ରହିଛନ୍ତି । ଓଡ଼ିଶାରେ ପ୍ରଥମ ଥର ଲାଗି କୌଣସି ୟୁଟିଲିଟି ଦ୍ୱାରା ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସେବା କେନ୍ଦ୍ର ଆରମ୍ଭ କରାଯିବ ।

ଏହି ଅବସରରେ ଶ୍ରୀଯୁକ୍ତ ଏମ୍ ସେନବାଗମ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ କହିଛନ୍ତି ଯେ, “ଭୁବନେଶ୍ୱରରେ ଆମର ପ୍ରଥମ ସିଆର୍‌ସି ଉଦ୍‌ଘାଟନ ହେବା ପରଠାରୁ ଆମେ ଲମ୍ବା ଦୂର ଯାତ୍ରା କରିଛୁ । ଓଡ଼ିଶାର ଏହି ଦୁଇ ନୂଆ ସିଆର୍‌ସି କଟକ ଓ ପୁରୀ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ସହ ଅଭିନବ ସେବା ଓ ସମାଧାନ ପ୍ରଦାନ କରି ଗ୍ରାହକ ଉଲ୍ଲାସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଆମର ସିଆର୍‌ସିଗୁଡ଼ିକ ଆମର ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାର ସେବା ସହଜରେ ହାସଲ କରାଇବାରେ ସହାୟକ ହେବ ଏବଂ ଗୋଟିଏ ଛାତ ତଳେ ଆମ ସମସ୍ତଙ୍କ ସହ ସିଧାସଳଖ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିବ ।’’ ୨୦୧୮ରେ ଭାରତର କୌଣସି ବିଦ୍ୟୁତ ୟୁଟିଲିଟି ଦ୍ୱାରା ମୁମ୍ବାଇର ଗ୍ରାହକମାନଙ୍କ ପାଇଁ ଭାରତର ପ୍ରଥମ ସମ୍ପୂର୍ଣ୍ଣ ରୂପେ ମହିଳା ସିଆର୍‌ସିକୁ ଉଦଘାଟନ କରି ନୂତନ ମାଇଲଖୁଂଟ ସ୍ଥାପନ କରାଯାଇଥିଲା । ଏହା ସହିତ ଟାଟା ପାୱାରର ମୁମ୍ବାଇ, ଦିଲ୍ଲୀ ଓ ଆଜମେର୍‌ରେ ୫ ସମ୍ପୂର୍ଣ୍ଣ ମହିଳା ସିଆର୍‌ସିର ସୁବିଧାଜନକ ଓ ସଫଳ ପରିଚାଳନା ଶୃଙ୍ଖଳା ରହିଛି ।

୩ଡି ଦର୍ଶନ ଯଥା ବିକଶିତ, ଡେଲିଭର ଓ ଉଲ୍ଲସିତ କରିବାର ଅଂଶ ସ୍ୱରୂପ ଟାଟା ପାୱାର ପକ୍ଷରୁ ଗ୍ରାହକଙ୍କ ଆବଶ୍ୟକତା ପାଇଁ ଗଭୀର ବିକଶିତ କରାଯାଇଛି, ଉନ୍ନତ ମାନର ଉତ୍ପାଦ ଓ ସେବା ପ୍ରଦାନ କରାଯାଉଛି ଓ ଶ୍ରେଷ୍ଠ ଅନୁଭୁତି ପ୍ରଦାନ କରିବା ଲାଗି ଗ୍ରାହକଙ୍କୁ ଉଲ୍ଲସିତ କରିବା ନିଶ୍ଚିତ କରାଯାଉଛି । ଗ୍ରାହକଙ୍କ ଆଶା ଠାରୁ ସବୁ ବେଳେ ଆଗକୁ ବଢ଼ିବା ଏବଂ ଶକ୍ତି କ୍ଷେତ୍ରର ସବୁଠୁ ପ୍ରଶଂସାଯୋଗ୍ୟ ସଂଗଠନ ଭାବେ ପରିଗଣିତ ହେବା ଲାଗି ନିରନ୍ତର ଭାବେ କାର୍ଯ୍ୟ କରିବା ଲାଗି ଟାଟା ପାୱାର ପ୍ରତିବଦ୍ଧତା ପ୍ରତି ଏହା ଖାପଖାଉଛି । ମୂଲ୍ୟ ସୃଷ୍ଟି କରିବା ଯାତ୍ରାରେ ଟାଟା ପାୱାର ପାଇଁ ଗ୍ରାହକ କେନ୍ଦ୍ରିକ କେନ୍ଦ୍ର ସ୍ଥଳରେ ରହିଥିବା ସେମାନଙ୍କ ପରିଚାଳନାର ଗୁରୁତ୍ୱ ସବୁ ବେଳେ ଗ୍ରାହକଙ୍କ ଉଚ୍ଚ ଆଶାକୁ ପୂରଣ କରିବା ଉପରେ ପର୍ଯ୍ୟବେସିତ ଯାହା ଗ୍ରାହକମାନେ ନିଜ ପସନ୍ଦର ବିଦ୍ୟୁତ ୟୁଟିଲିଟି କଂପାନି ଠାରୁ ଆଶା କରନ୍ତି ।

Exit mobile version