ସୋହେଲା ପଞ୍ଚାୟତ ସମିତି ର ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) ବରଗଡ଼ :- ବରଗଡ଼ ଜିଲ୍ଲା ଅନ୍ତର୍ଗତ ସୋହେଲା ବ୍ଲକ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋହେଲା ବ୍ଲକ ଅଧ୍ୟକ୍ଷ ଜିବର୍ଦ୍ଧନ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦାନ କରିଥିଲେ। ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ବଜିତ କର ଗତ ଦିନରେ ବ୍ଲକରେ ବିଭିନ୍ନ ଯୋଜନା ରେ କରାଯାଇଥିବା

ଉନ୍ନୟନ କାର୍ଯ୍ୟ ର ସୂଚନା ଦେବା ସହ ଆଗାମୀ ଦିନ ରେ ହେବାକୁ ଥିବା ଉନ୍ନୟନ କାମ ଯଥା ଶିଘ୍ର ଆରମ୍ଭ ହେବ ବୋଲି କହିଥିଲେ। ଏଥିରେ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ମାନେ ଅଂଶ ଗ୍ରହଣ କରିଥିଲେ। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସହକାରୀ ଯନ୍ତ୍ରୀ ନରେଶ ଚନ୍ଦ୍ର ଅଗ୍ରୱାଲ ଉପସ୍ଥିତ ଥିଲେ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version