ବେ-ଆଇନ ଦେଶୀ ମଦ ଜବତ, ତିନି ଗିରଫ – କଟକ

 

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) କଟକ :- କଟକ ଚାଉଳିଆଗଞ୍ଜ ପୋଲିସ କୁ ମିଳିଛି ଆଉ ଏକ ସଫଳତା । ବେଆଇନ ମଦ ଚାଲାଣ ଓ ବିକ୍ରି କରୁଥିବା ଏକ ଅଟୋ ରିକ୍ସା ଗାଡି ସହ ୧୫ଟି କାଟୁନ ରେ ୩୭୫ଟି ବେଆଇନ ଚୋରା ଦେଶୀ ମଦ ବୋତଲ ଜବତ କରିବା , ସହ ତିନି ଜଣଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ ।

ସହରରେ ବେଆଇନ ମଦ ବିକ୍ରି ଓ ଚାଲାଣ ବିରୋଧରେ, କଟକ କମିଶନର ରେଟ ପୋଲିସ ର ଏହି ଚଢ଼ାଉ ଅଭିଯାନ ଜାରି ରହିବ ବୋଲି କଟକ ଡିସିପି ପ୍ରତିକ ସିଂହ ସାମ୍ବାକଙ୍କୁ ସୂଚନା ଦେଇଛନ୍ତି । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )  

Exit mobile version