ସ୍ବେଛାକୃତ ରକ୍ତଦାନ ଶିବିର : ୬୧ ୟୁନିଟ ରକ୍ତ ସଂଗୃହୀତ – ବ୍ରହ୍ମପୁର

 

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର )ବ୍ରହ୍ମପୁର :- ବିଶିଷ୍ଟ ଜନନେତା , ତତ୍କାଳୀନ କବିସୂର୍ଯ୍ୟନଗର ବିଧାୟକ , ତଥା ପୂର୍ବତନ ଆସିକା ସାଂସଦ ନିତ୍ୟାନନ୍ଦ ପ୍ରଧାନ ଇତି ମଧ୍ୟରେ ୭୬ ବର୍ଷରେ ପଦାର୍ପଣ କରିଛନ୍ତି । ନିଜ ପୂର୍ବସୁରୀଙ୍କ ଆଦର୍ଶରେ ଅନୁପ୍ରାଣିତ ତାକରଡ଼ା କମ୍ୟୁନିଷ୍ଟ ଗଡର ପ୍ରଧାନ ପରିବାରର ଏହି ଦାୟାଦ ନିଜ ରାଜନୈତିକ ଜୀବନର ଉତ୍ସର୍ଗୀକୃତ ଜନସେବା , ବିଧାୟକ ଓ ସାଂସଦ ଭୂମିକାର ଅବଧିରେ ଅଞ୍ଚଳ , ଜିଲ୍ଲା ତଥା ରାଜ୍ୟର ଜନସମସ୍ୟାର ସମାଧାନ , କୃଷି ଓ କୃଷକଙ୍କ ପ୍ରଗତି ପାଇଁ କରିଥିବା ବିକାଶମୂଳକ କାର୍ଯ୍ୟଧାରାକୁ ନେଇ ଅବିସ୍ମରଣୀୟ ରହିଥିବା ନେଇ ଆଜି ନିତ୍ୟାନନ୍ଦଙ୍କ ୭୬ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଠାରେ ମତପ୍ରକାଶ ପାଇଅଛି ।

ଏହି ପରିପ୍ରେକ୍ଷୀରେ ପାଟପୁର ଗାନ୍ଧୀ ଛକ ସ୍ଥିତ ଶ୍ରୀ ମହାଲକ୍ଷ୍ମୀମନ୍ଦିର ପରିଚାଳନା କମିଟି ତରଫରୁ ଆୟୋଜିତ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିଥିବା ବେକେ ନିତ୍ୟାନନ୍ଦ ବାବୁଙ୍କ ଅନୁଗତ ଏବଂ ସମର୍ଥକଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରି ବରିଷ୍ଠ ବ୍ୟକ୍ତିତ୍ଵଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ଯୁବ ସଂଗଠକ ତଥା ମନ୍ଦିର କମିଟି ସଭାପତି ଶ୍ରୀ ଅଶୋକ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ସ୍ବେଛାସେବୀ ରକ୍ତଦାତାଙ୍କ ଠାରୁ ୬୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଗୋପାଳଚନ୍ଦ୍ର ସାବତ , ଆର ରଘୁନାଥ ଦୋରା , ଶ୍ରୀ ଚନ୍ଦ୍ରଶେଖର ସାମନ୍ତରା , ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ । ଅରୁଣ ସ୍ୱାଇଁ ବିନୋଦ ନାୟକ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ ସମିତିସଭ୍ୟ ତୋଫାନ ସ୍ୱାଇଁ , ରାଜୀବଲୋଚନ ପାତ୍ର , ବୈଦ୍ୟନାଥ ସିଂ, ସନ୍ତୋଷ ପ୍ରଧାନ , ସୁରେଶ କୁମାର ସାହୁ , ସୁବାଷ ବାଡ଼ତ୍ୟା , ଜି ଶ୍ୟାମା ପାତ୍ର , ସାହେବ ଜେନା , ବିକ୍ରମ ବରାଡ଼ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପରିଚାଳନା କରିଥିଲେ । ଯୁବ ସ୍ଵେଚ୍ଛାସେବୀ ରଞ୍ଜିତ ସ୍ବାଇଁ , ଖାରବେଳ ସ୍ବାଇଁ , ସଞ୍ଜୟ ଶବର , ବିଚିତ୍ର ଖୁଣ୍ଟିଆ , କାହ୍ନୁ ସ୍ବାଇଁ , ସୁଦର୍ଶନ ପଣ୍ଡା , ମନୋରଞ୍ଜନ ପାଢ଼ୀ ପ୍ରମୁଖ ରକ୍ତଦାନ ସହ ସହାୟତା କରିଥିଲେ । ବ୍ରହ୍ମପୁର ବଡ ଡାକ୍ତରଖାନା ରକ୍ତଭଣ୍ଡାର ପକ୍ଷରୁ ସର୍ବଶ୍ରୀ ହରିକୃଷ୍ଣ ସାହୁ , ଦେବାଶିଷ ପଣ୍ଡା, ରାମହରି ପଣ୍ଡା , ଲକ୍ଷ୍ମଣ ବେହେରା , ବାବୁନି ବେହେରା ପ୍ରମୁଖ ସ୍ୱାସ୍ଥ୍ୟ ପରୀକ୍ଷା ସହ ସଂଗ୍ରହରେ ସହାୟତା କରିଥିଲେ ।     (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version