ବେଗୁନିଆପଡା ବ୍ଲକରେ ୧୪ଟି ବିଦ୍ୟାଳୟରେ ଲେବଲ -୩ ପ୍ରଧାନଶିକ୍ଷକ ପଦବୀ ପୂରଣ ହେଲା ବେଳେ : ସର୍ବାଧିକ ପିଲା ଥିବା ବିଦ୍ୟାଳୟରେ ଖାଲି ପଡିଲା ପ୍ରଧାନ ଶିକ୍ଷକ ନିଯୁକ୍ତି

 

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) କୋଦଳା :- ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତି ବ୍ଲକରେ ସର୍ବାଧିକ ପିଲା ଥିବା ବିଦ୍ୟାଳୟରେ ଲେବଲ-୩ ପ୍ରଧାନ ଶିକ୍ଷକ ପଦବୀ ପୂରଣ ପାଇଁ ନିର୍ଦ୍ଧେଶ ଆସିବା ପରେ ବେଗୁନିଆପଡା ବ୍ଲକରେ ଏହି ପଦବୀ ପାଇଁ ନିଯୁକ୍ତି ସରିଛି l ପ୍ରଧାନଶିକ୍ଷକଙ୍କୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ମିଳିଥିବା ବେଳେ ୯ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୮ ଟି ବିଦ୍ୟାଳୟରେ ପଦବୀ ପୂରଣ ହୋଇଥିବା ବେଳେ ୬ ଟି ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ସମସ୍ତ ପଦବୀ ପୂରଣ ହୋଇଛି l

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ସର୍ବାଧିକ ୫୩୮ ଜଣ ପିଲା ମର୍ଦକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧୟନ କରୁଥିବା ବେଳେ ଏହି ପଦବୀ ଏହି ବିଦ୍ୟାଳୟରେ ପୂରଣ ପାଇଁ ତାହା ତାଲିକାର ପ୍ରଥମ ନମ୍ବରରେ ଥିବା ବେଳେ ଏଠାକୁ ଆସିବା ପାଇଁ କାଉନସେଲିଂ ସମୟରେ ପ୍ରଧାନ ଶିକ୍ଷକ ମନା କରିଥିବା ଜଣାଯାଇଛି ଯାହା ଫଳରେ ଏହି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଲା l

ଏହାକୁ ଛାଡି ଅଙ୍ଗାର ଗାଁ, କେ.ବରିଡା, ଏସ. ଛଚିନା, ମଠ ସରସିଂ, ବେଗୁନିଆପଡା, ବେଲଝରୀ, ଚିଙ୍ଗୁଡ଼ି ଖୋଲ, କେ. ଆର.ଲଛିପୁର ଆଦି ୮ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ପୂରଣ ହୋଇଥିବା ବେଳେ ସେପଟେ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ବି.ନୂଆପଲ୍ଲୀ,ଫାଶୀ, ଶାଳବଣ, ବି.ଗୁଡ଼ିଆଳି,ବାଦଅରଖପୁର ଓ ଦେଉଳିଆପଡ଼ା ଆଦି ୬ ଟି ପ୍ରାଥମିକ ବିଦ୍ୟାଳୟରେ ଲେବଲ-୩ ର ପ୍ରଧାନ ଶିକ୍ଷକ ପଦବୀ ପୂରଣ ହୋଇଛି l ବେଗୁନିଆପଡା ବ୍ଲକରେ ୧୬୬୨୭ ଜଣ ପିଲା ପାଠ ପଢ଼ୁଥିବା ବେଳେ ଯେଉଁଠି ପଦନ୍ନୋତି ଯୋଗୁଁ ପଦବୀ ଖାଲି ପଡିଲା ସେଠାରେ ତୁରନ୍ତ ଶିକ୍ଷକ ପଦବୀ ପୂରଣ ପାଇଁ ଅଭିଭାବକଙ୍କ ଦାବୀ କରିଛନ୍ତିି । (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version