
ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) ରଣପୁର :-ଗୋସେବା କୁ ବ୍ରତ ରୁପେ ଧାରଣ କରିଥିବା ସନାତନ ରଣା ଙ୍କ ଏକ ଅଭିନବ ପ୍ରୟାସ କୁ ପ୍ରଶଂସା କରି ଆସୁଛନ୍ତି ଜନସାଧାରଣ । ନୟାଗଡ଼ ଜିଲ୍ଲା ରଣପୁର ଖମାରୀ ସାହିର ସନାତନ ରଣା ଗତ ଦୁଇ ବର୍ଷ ଧରି ନିଃସ୍ୱାର୍ଥ ଭାବେ ଗୋରୁ ସେବା କରି ଆସୁଥିବାରୁ ତାଙ୍କୁ ଦୁଇ ଦୁଇଟି ଯୁବକ ସଂଘ ତରଫ ରୁ ସମ୍ମାନିତ କରାଯାଇଛି । ଏଥିପାଇଁ କଳ୍ପନା ଛକ ଟୋକା ସଂଘ ପକ୍ଷରୁ ” ରିୟଲ ଫାଇଟର୍ ଆୱାର୍ଡ ” ଏବଂ ଭୁବନେଶ୍ୱର ର ସାମାଜିକ ଯୁବ ସଙ୍ଗଠନ ପକ୍ଷରୁ ସାମାଜିକ” ଯୋଦ୍ଧା ସମ୍ମାନ” ରେ ସମ୍ମାନିତ କରଯାଇଛି ।
୨୦୧୯ ମସିହାରୁ ଗୋରୁ ସେବା ଆରମ୍ଭ କରିଥିବା ସନାତନ ଆଜି ସୁଦ୍ଧା ଏକ ଶହ ରୁ ଅଧିକ ଗୋରୁ ଙ୍କୁ ସେବା କରି ସାରିଲେଣି । ଏବେ ବି ୨୦ ରୁ ୨୫ ଟି ଗାଇ ଙ୍କୁ ସୁସ୍ଥ କରିବାରେ ଲାଗିଛନ୍ତି ସନାତନ ରଣା । ତାଙ୍କ ସହିତ କମ୍ପାଉଣ୍ଡର ସୁର ବାବୁ , ଅବକାଶ ପଟ୍ଟନାୟକ , କାହ୍ନୁ ଚରଣ ବେହେରା , ସଞ୍ଜୀବ କୁମାର ପ୍ରଧାନ , ଅନ୍ୟ ବରିଷ୍ଠ ନାଗରିକ ମାନେ ମଧ୍ୟ ସାହାଯ୍ୟ ସହଯୋଗ କରି ଆସୁଛନ୍ତି । ରଣପୁର , ନନ୍ଦପୁର , ନୟାଗଡ଼ , ହଂସରା ଆଖପାଖ ଅଞ୍ଚଳ ଗୁଡ଼ିକ ରେ ବୁଲି ବୁଲି ନିଃଶୁଳ୍କ ଗୋସେବା କରୁଛନ୍ତି । ଆଗକୁ ରଣପୁର ରେ ଏକ ଗୋ ସେବା ଆଶ୍ରମ କରିବାର ଲକ୍ଷ୍ୟ ରଖିଛନ୍ତି ।
କ୍ରମାଗତ ଭାବେ ବିନା ଶୁଳ୍କ ରେ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଆସନ୍ତା ଜାନୁଆରୀ ମାସ ସୁଧା ଗୋସେବା ଆଶ୍ରମ ଖୋଲିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏହି ଭଳି ଗୋମାତା ଙ୍କ ନିଃସ୍ୱାର୍ଥପର ସେବା କରି ରଣପୁର ନିର୍ବାଚନ ମଣ୍ଡଳୀ ର ବୁଦ୍ଧିଜୀବି ମହଲ ରେ ଏକ ଉଚ୍ଚ କୋଟିର ଆସନ ପାଇ ପାରିଛନ୍ତି ସନାତନ ।
