ଶାନ୍ତିର ସନ୍ଧାନ….

ଲେଖକ : -ବିଜୟ କୁମାର ଜେନା /ଅବସରପ୍ରାପ୍ତ ପ୍ରାଧ୍ଯାପକ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) ରଣପୁର : – 

ଶାନ୍ତିର ସନ୍ଧାନ ,ଅରଣ୍ଯର ଗଭୀର ପ୍ରଦେଶ
ନିକାଞ୍ଚନ ସ୍ଥାନ
ନଈପଠା ଶ୍ଯାମଳ କେଦାର
ରାଜ ସିଂହାସନ
ସନ୍ଯାସୀର ଗୁଢ ଆଲୋଚନ
ତୀର୍ଥାଦି ଭ୍ରମଣ
ମନ୍ଦିରର ବେଢା ପରିକ୍ରମ
ଭଜନ କୀର୍ତ୍ତନ
ସଦଗ୍ରନ୍ଥାବଳୀ ଅଧ୍ଯୟନ
ସବୁଯେ ମଉନ
ନଦେଇ ପାରିଲେ ମୋତେ ଶାନ୍ତି
ହୃଦୟ ମୋହର ହେଉଛି ଘାଣ୍ଟି ।।

କେହି ଜଣେ କେବେ କହିଥିଲେ
ହେ ! ବତ୍ସ ଟିକେ ଭିତରକୁ ଚାହଁ
ଜୀବନ ପ୍ରଦୀପ ଜଳୁଛି ଯାହା
ଧିରେଧିରେ ଅତି ସନ୍ତର୍ପଣରେ
ମନ ଯାର ଯେଡେ,ପ୍ରଭୁ ତାର ତେଡେ
ଏହି ନ୍ଯାୟରେ ।।
ଶାନ୍ତି ମିଳେ ନିଜ ଠାରେ
ନିଜ ମନର ଆୟତ୍ତ ମଧ୍ୟରେ
ଅଭ୍ଯାସରେ ହେଉ ପରିଣତ
ସଂଯମ ସାଧନାକୁ କରିଦିଅ ମିତ ।।

Exit mobile version