ନୟାଗଡରେ ଜୁମ ଆପରେ ଜିଲ୍ଲସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) ନୟାଗଡ :- ନୟାଗଡରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଆଜି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଡ଼.ପ୍ରମୋଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜୁମ ଆପ ଦ୍ୱାରା ଆୟୋଜିତ ଭରଚୁଆଲ ମିଟିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।  ଭାରତୀୟ ପ୍ରେସ ପରିଷଦ ଦ୍ବାରା ପ୍ରଦତ୍ତ ପ୍ରସଙ୍ଗ “କରୋନା ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଏବଂ ଏହାର ଗଣ ମାଧ୍ୟମ ଉପରେ ପ୍ରଭାବ” ଶୀର୍ଷକ ଉପରେ ଆଲୋଚନା ହୋଇଛି । ଏଥିରେ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ମୁଖ୍ୟ ଅତିଥିଭାବେ ଯୋଗଦେଇ କିଭଳି କରୋନା ସମୟରେ ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ସମନ୍ବୟ ଯୋଗୁଁ କରୋନା ମହାମାରୀ ମୁକାବିଲା କରିବାରେ ସହାୟକ ହେଉଛି ତାର ଅବତାରଣା କରିଥିଲେ ।

କରୋନା ସଂପର୍କିତ ଖବର ମୁଦ୍ରଣ ଓ ପ୍ରସାରଣ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଯଥୋଚିତ ନୀୟମ ପାଳନ ପୂର୍ବକ ନିର୍ଭିକତାର ସହ କାର୍ଯ୍ୟ କରିଛନ୍ତି । ମହାମାରୀ ମୁକାବିଲା ବେଳେ ସହଯୋଗ କରିଥିବାରୁ ଜିଲ୍ଲପାଳ ଡ଼ଃ ଟୁଡୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣେଇଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରଦତ୍ତ ବିଷୟ ଉପରେ ସାର ଗର୍ଭକ ବକ୍ତବ୍ୟ ରଖିଥିବାବେଳେ, ପ୍ରମୋଦ ପଟ୍ଟନାୟକଙ୍କ ସମେତ ଜୁମ ଆପ ରେ ଯୋଗ ଦେଇଥିବା ଅନ୍ୟ ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଏ.ଡ଼ି.ଏମ. ବିଧାନ ଚନ୍ଦ୍ର ରାୟ,ଏସ.ଡି.ଏମ ଲଗ୍ନଜିତ ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । (ନୟାଗଡଜିଲ୍ଲା /ରିପୋର୍ଟ – ରାମକୃଷ୍ଣ ରଥ )

Exit mobile version