କାର୍ତିକ ୩ୟ ସୋମବାର : ଦେବାଳୟ ବନ୍ଦ କଲା ପ୍ରଶାସନ, ଭକ୍ତ ନିରାଶ – ହିଞ୍ଜିଳିକାଟୁ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) ହିଞ୍ଜିଳିକାଟୁ  :-ରାଜ୍ୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପୁଣି ଥରେ ଲେଉଟିଥିବାର ଆଶଙ୍କା ରହିଛି । ଏହାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସଚେତନତା ଜାରୀ ରହିଛି । ଧର୍ମର ମାସ କାର୍ତିକ ୩ୟ ସୋମବାର ଉପଲକ୍ଷେ ବିଭିନ୍ନ ଦେବାଳୟ ଗୁଡ଼ିକରେ ଭକ୍ତଙ୍କ ଭିଡ଼ ପରିଲିକ୍ଷିତ ହେଉଥିବାରୁ କରୋନା ସଂକ୍ରମଣର ଆଶଙ୍କା ରହିଛି । ଏହାକୁ ଆଖି ଆଗରେ ରଖି ରବିବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳ ଗୁଡ଼ିକରେ ଅବସ୍ଥାପିତ ମନ୍ଦିର ପରିସରରେ ଭକ୍ତ ମାନଙ୍କ ସକାଶେ ମନ୍ଦିର ଦର୍ଶନ ମନା ଏବଂ ମନ୍ଦିର ପରିସରକୁ କୌଣସି ଭକ୍ତ ପ୍ରବେଶ କଲେ ମନ୍ଦିର ପରିଚାଳନା କମିଟି କିମ୍ବା ପୂଜକଭ୍‌କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା ।

ସୋମବାର ଭୋରରୁ ହିଞ୍ଜିଳିକାଟୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ପୁଲିସ ପ୍ରଶାସନ ସ୍ଥାନୀୟ ପୌରାଂଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ଆଙ୍କେରଡ଼ାର କପିଳେଶ୍ୱର, ହିଞ୍ଜିଳିର ସ୍ୱପ୍ନେଶ୍ୱର, ନୁଆଁଗଡ଼ର ବାଲୁଙ୍କେଶ୍ୱର, ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ରସ୍ଥିତ ପଶ୍ଚିମାଭିମୁଖୀ କାଶିବ ବିଶ୍ୱନାଥ ସମେତ ନିକଟବର୍ତି ଶ୍ୟାମାଳାଇର ମୁଦୁକେଶ୍ୱର ଏବଂ ନିକଟବର୍ତି ଅଂଚଳର ମନ୍ଦିର ଗୁଡ଼ିକରେ ପ୍ରଶାସନିକ ଅଧିକାରୀ ମାନେ ଡ଼େରା ପକାଇବା ସହ ମନ୍ଦିର ମଧ୍ୟକୁ ଭକ୍ତଙ୍କ ପ୍ରବେଶକୁ ବାରଣ କରିବା ସହ ପୂଜାର୍ଚ୍ଚନା କରିସବାକୁ ବାରଣ କରିଥିଲେ । କାର୍ତିକ ମାସ ସୋମବାର ଉପଲକ୍ଷେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଡ଼ିଷେଧ ସହ ପୂଜାର୍ଚ୍ଚନାରୁ ନିବୃତ କରାଯାଇଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖାଦେଇଥିଲା ।  (ରିପୋର୍ଟ – ସୁଶାନ୍ତ ପ୍ରଧାନ)

Exit mobile version