କୋରାଇ ବଜରଙ୍ଗ ଦଳ ପକ୍ଷରୁ ଦୀପାବଳୀ ଉତ୍ସବ

 

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) କୋରାଇ :- କୋରାଇ ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ପବିତ୍ର ଦୀପାବଳି ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରେ ସନ୍ତରା ଛକ ସ୍ଥିତ ପ୍ରଖଣ୍ଡ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଖଣ୍ଡର ସଂଯୋଜକ ଭୂପତି ଭୂଷଣ ଦାଶଙ୍କ ତତ୍ୱାବଧାନରେ କରାଯାଇଥିଲା । ବିଶ୍ୱହିନ୍ଦୁ ପରିଷଦ ସଭାପତି ଆଦିଗନ୍ତ ବୈଶାଖ, ସତସଙ୍ଗ ପ୍ରମୁଖ କୃଷ୍ଣ ଚନ୍ଦ୍ର ଲେଙ୍କା, ଧର୍ମଜାଗଣ ଜିଲା ଉପ ସଭାପତି ଗୋପାଳ ଚନ୍ଦ୍ର ମଲ୍ଲିକ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।

ଉତ୍ସବରେ ମହାପ୍ରଭୂ ରାମଲାଲାଙ୍କ ଉଦ୍ଦେଶ୍ୟରେ ୧୦୮ ଦୀପ ପ୍ରଜଳ୍ୱନ କରାଯାଇଥିଲା । ପରେ କୋରାଇ ପ୍ରଖଣ୍ଡ ବଜରଙ୍ଗା କର୍ମୀଙ୍କ ଦ୍ୱାରା ଶ୍ରୀରାମ ଜୟରାମ ମବ, ହନୁମାନ ଚାଳିଶା ଗାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଖଣ୍ଡ ସହ ସଂଯୋଜକ ବଙ୍ଗନ ଖିଲାର, ସୂଚନା ପ୍ରମୁଖ ଦେବୀ ପ୍ରସାଦ ସାହୁ, ଗୋରକ୍ଷା ପ୍ରମୁଖ ପ୍ରଦୀପ ସାନ୍ତରା, ଅକ୍ଷୟ ମଲ୍ଳିକ, ଅନୀଲ ଦାଶ, ଗୟାଧର ସାହୁ, ଅମର ମଲ୍ଲିକ, ରାଜାରାମ ଖିଲାର, ଅନୁକୂଳ ମଲ୍ଲିକ, ରଞ୍ଜନ ଖିଲାର, ରବୀନ୍ଦ୍ର ଜେନା, ଜଗା ଜେନା, ବସୁଦେବ ବାରିକ, ବିଶ୍ୱନାଥ ମହାରଣା, ଅଜୟ ମଲ୍ଲିକ, ସୂର୍ଯ୍ୟମଣି ସାହୁ, ବଂଟି ମଲ୍ଲିକ, କାର୍ତିକ ପ୍ରମୁଖ ଉପସ୍ଥିତ ରହିଥିଲା ବେଳେ କରୋନା କଟକଣା ଅନୁଯାୟୀ ପାଳନ କରାଯାଇଥିଲା । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Exit mobile version