ଆଦିବାସୀ ଏକତା ମଂଚ ପରିଷଦ ପକ୍ଷରୁ ଭୂମୀପୁତ୍ର ବିର୍ଷା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) କୋରାଇ :- ରାଷ୍ଟ୍ରୀୟ ଆଦିବାସୀ ଏକତାମଂଚ ପରିଷଦ କୋରାଇ ଶାଖା ପକ୍ଷରୁ ଭୂମୀପୁତ୍ର ବିର୍ଷା ମୁଣ୍ଡାଙ୍କ ୧୪୫ତମ ଜନ୍ମ ଜୟନ୍ତୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କୋରାଇ ବ୍ଳକ ଧନେଶ୍ୱର ପଂଚାୟତ ବେଣାପୁର ଠାରେ ପାଳନ କରାଯାଇଥିବା ଏହି ଜୟନ୍ତୀ ଉତ୍ସବରେ ଜହ୍ନା ସମିତିସଭ୍ୟ କ୍ଷୀରୋଦ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ଅଭୟ ପାତ୍ର, ଗୌତମ ମୁଣ୍ଡା, ଅଞ୍ଜଳୀ ଆଲଦା, ଗୋପାଳ ମଲିକ, କିଶୋର କୁମାର ଯେନା ପ୍ରମୁଖ ଯୋଗ ଦେଇ ଭୂମୀପୁତ୍ର ବିର୍ଷା ମୁଣ୍ଡାଙ୍କର ସମାଜ ପ୍ରତି ଅବଦାନ ଓ ତାଙ୍କ ଆତ୍ମ ଜୀବନୀ ଉପରେ ମତବ୍ୟକ୍ତ କରିଥିଲେ ।

ସମିତି ସଭ୍ୟ ଶ୍ରୀ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ହେମନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହଦେବ ମଲିକ, ସୁରେନ୍ଦ୍ର ମଲିକ,ଗୋପୀକୃଷ୍ଣ ମଲିକ, ଭରତ ମଲିକ, ଅନନ୍ତ ହେମ୍ବ୍ରମ, ଅନୁଲା ହେମ୍ବ୍ରମ, ଆନନ୍ଦ ମୁର୍ମୁ, ବାସୁଦେବ ମୁର୍ମୁ, ବାବାଜୀ ମଲିଳଙ୍କ ସମେତ ବହୁ ଦଳିତ, ଆଦିବାସୀ ଉପସ୍ଥିତ ରହି ସହଯୋ କରିଥିଲେ ।(କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Exit mobile version