ଡ଼ିଡ଼ିଟାଲ ମିଡ଼ିଆ ଆସୋସିଏନ୍ସ ବ୍ରହ୍ମପୁର ଗଞ୍ଜାମ ପକ୍ଷରୁ ପ୍ରେସ ଦିବସ ପାଳନ – ବ୍ରହ୍ମପୁର

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର )  ବ୍ରହ୍ମପୁର :- ଦେଶର କାଯ୍ୟରତ ସମସ୍ତ ଓ.ଟି.ଇ.ଟି ପ୍ଲାଟଫୋର୍ମ ବା ଅନଲାଇନ ନ୍ୟୁଜ୍ ପୋଟ୍ରାର୍ଲ ,ନେଟଫ୍ରିକସ୍ ହର୍ଟଷ୍ଟାର , ପ୍ରାଇମ ଭିଡ଼ିଓ ଓ ଅଡିଓ ଭିଜୁଆଲ ପ୍ରୋଗ୍ରାମ ସମେତ ସାଂପ୍ରତିକ ଘଟଣାବଳି ପ୍ରସଙ୍ଗ ଗୁଡିକ ଏଣିକି ସୂଚନା ଓ ପ୍ରସାରଣ ମନ୍ତ୍ରାଣାଳୟରେ ନିୟନ୍ତ୍ରିତ ହେବ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ କରିଥିବା ଘୋଷଣା କୁ ଡ଼ିଡ଼ିଟାଲ ମିଡ଼ିଆ ଆସୋସିଏନ୍ସ ବ୍ରହ୍ମପୁର ଗଞ୍ଜାମ ତରଫରୁ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ସ୍ୱାଗତ କରିବା ସହ ଡ଼ିଡ଼ିଟାଲ ମିଡ଼ିଆ କୁ ପ୍ରେସ ସବସେକ୍ ସନ ଅଧୀନରେ ରଖାଯିବା ପାଇଁ ଦାବି କରାଯାଇଛି ।

ଏହି ଦାବି ଅନୁସାରେ ଅନ୍ ଲାଇନ୍ ମିଡ଼ିଆ କୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ସ୍ୱାଧୀନ ସଂସ୍ଥାରେ ରଖା ନ ଗଲେ ତାହା ୱେବ ମିଡ଼ିଆ ଉପରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି ବହୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଡ଼ିଡ଼ିଟାଲ ମିଡ଼ିଆ ଆସୋସିଏନ୍ସସ୍ ର ସଭାପତି ଲକ୍ଷ୍ମଣ କୁମାର ସାମନ୍ତରାୟ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂଘ ର ମିଡ଼ିଆ ପରାମର୍ଶ ଦାତା ପ୍ରକାଶ ମିଶ୍ର , ଉପସଭାପତି ନିରାକାର ସାହୁ ,ରାଜେନ୍ଦ୍ର କୁମାର ସାହୁ ,ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ,ସଂପାଦକ କ୍ଷୀରୋଦ ଚନ୍ଦ୍ର ବେହେରା , ମୁନା ଖାଁ, ସନ୍ତୋଷ କୁମାର ଭୋଳ ,କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ,ଲଷ୍ମୀ ନାରାୟଣ ମିଶ୍ର ,ପ୍ରଭୁତି ସାମ୍ବାଦିକ ସଭ୍ୟ ମାନେ ଆଲୋଚନା ରେ ଅଂଶ ଗ୍ରହଣ କରି  ଡ଼ିଡ଼ିଟାଲ ମିଡ଼ିଆ ଆସୋସିଏନ୍ସ କୁ ସାମ୍ୱାଦିକମାନଙ୍କ ସ୍ୱାର୍ଥରକ୍ଷା କାଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

ପରାମର୍ଶ ମିଡିଆ ର ଉପସ୍ଥାପନ ମୃତ୍ୟୁଜୟ ବିଷୋୟୀ ସଭା ସଂଯଜନା କରିଥିବା ବେଳେ ସାମ୍ବାଦିକ ବଳରାମ ପଳେଇ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version