ମାହାଙ୍ଗାରେ ଜାତୀୟ ପ୍ରେସ ଦିବସରେ ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ଓ ଭତ୍ତା ଦାବୀ

ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ନଭେମ୍ବର ସୋମବାର )ମାହାଙ୍ଗା :- କଟକ, ମାହାଙ୍ଗା, ଓଡିଶା ତାଜା ନିଉଜ, କଟକ ଜିଲ୍ଲା ମାହାଙ୍ଗା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ କୁଆଁପାଳ ସ୍ଥିତ ସୋମିଓଟେକ କମ୍ପୁଟର ପରିସରରେ ପାଳନ ହୋଇଯାଇଛି, ମାହାଙ୍ଗା ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ସାମ୍ବାଦିକ ଲଷ୍ମୀଧର ଖୁଣ୍ଟିଆଙ୍କ ପୌରୋହିତ୍ୟରେ ଆୟୋଜିତ ମୁଖ୍ୟ ଅତିଥି ଭାବେ ଉତ୍ସବରେ ପ୍ରେସ କ୍ଲବ ସଭାପତି ଦୀପକ ସାହୁ ଯୋଗଦେଇ ସାମ୍ବାଦିକ ମାନେ ନିସ୍ଵାର୍ଥପର ଭାବେ ସତ୍ୟ ନିଷ୍ଠ ଖବର ପରିବେଷଣ ଉପରେ ଗୁରୁତ୍ୱାରୋପ କରିବାସହ ରାଜ୍ୟ ଓ କେନ୍ଦ୍ରସରକାର କାର୍ଯ୍ୟରତ ସାମ୍ବାଦିକଙ୍କ ନମନ୍ତେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଓ ସେମାନଙ୍କ ଜୀବିକା ନିର୍ବାହ ପାଇଁ ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି,

ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସର୍ବଶ୍ରୀ ରଶ୍ମିରଂଜନ ମହାନ୍ତି, ସୀତାନାଥ ସିଂହ, ପିକେ ବାରିକ,ମନୋଜ ଆଚାର୍ଯ୍ୟ, ଚିତ୍ତରଂଜନ ନାୟକ, ବସନ୍ତ ସାମଲ, ନାରାୟଣ ଓଝା, ଦୀପକ ଦାସ, ପ୍ରେସ କ୍ଲବସଂଗଠନ ସମ୍ପାଦକ ତାପସ ରଞ୍ଜନ ବିଶ୍ୱାଳ, ଉପସଭାପତି ଅମୀୟ ନାୟକ, ଅଶୋକ ଦାସ, କୋଷାଧକ୍ଷ ରମେଶ ସାହୁ, ଅସିତ ସାମଲ, ପ୍ରକାଶ ନାୟକ, ସୌମ୍ୟ ଓଝା, ଜୟନ୍ତ ବିଶ୍ୱାଳ, ହିତେଶ ରାଉତ,

ପ୍ରେମାନନ୍ଦ ପରିଡା, ସତ୍ୟବ୍ରତ ବାରିକ, ଦବେନ୍ଦ୍ର ଷଡ଼ଙ୍ଗୀ ବିକ୍ରମ ନାୟକ ପ୍ରମୁଖ ଯୋଗଦେଇ ପ୍ରେସ ଦିବସ ପାଳନର ଆଭିମୁଖ୍ୟ ସମ୍ପକରେ ଆଲୋଚନା କରିବାସହ ସାମ୍ବାଦିକ ମାନଙ୍କର ବିଭିନ୍ନ ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ,ଏହି ଦିବସ ପାଳନ ଅବାସରରେ ମାହାଙ୍ଗା ବିଧାୟକ ତଥା ପଂଚାୟତରାଜ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଫୋନ ମାଧ୍ୟମରେ ସମସ୍ତ ସାମ୍ବାଦିକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ, (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ)

Exit mobile version