ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ନଭେମ୍ବର ସୋମବାର )ବରଗଡ଼ :- ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଯୋଗଦେଇ ଚଳିତ ବର୍ଷ ପ୍ରେସ କାଉନସିଲ ଦ୍ବାରା ଦିଆଯାଇଥିବା କୋଭିଡ ୧୯ ସମୟରେ ଗଣ ମାଧ୍ୟମର ଭୂମିକା ସମ୍ପର୍କ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ତାଙ୍କ ବକ୍ତବ୍ୟରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଲେ ଯେ,କୋଭିଡ ୧୯ ସମୟରେ ଅନେକ ନୂଆ ଉପଲବ୍ଧି ପାଇ ପିରିଥିଲୁ ଏବଂ ତାହାର କିପରି ସାମ୍ନା କରି ସମାଧାନ ମଧ୍ୟ କରାଯାଇପାରିଥିଲା ।
ଏହି ସମୟରେ ଗଣ ମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଯାହାକି ଗତ ମାଧ୍ୟମ ପ୍ରତିନିଧି ମାନେ ଠିକ୍ ଭାବେ ତୁଳାଇ ବାରେ ସଫଳ ହୋଇଥିଲେ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ନୂଆ ଦିଲ୍ଲୀ ସ୍ଥିତ ନ୍ୟାସନାଲ କମ୍ୟୁନିଟି ସେଣ୍ଟର ଫର ପଲୋସି ରିସର୍ଚ୍ଚ ର ସିନିୟର୍ ଫେଲୋ ଡଃ ସୁଜୀତ କୁମାର ପୃଷେଠ ଯୋଗଦେଇ ଉକ୍ତ ସମୟରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା ।
