ବରପାଲି ରେ ଛାତ୍ର ସଂଗଠନ କୁ ମଜବୁତ କରୁଛି ଛାତ୍ର କଂଗ୍ରେସ

ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ନଭେମ୍ବର ସୋମବାର )ବରଗଡ଼ :-  ଛାତ୍ର ମାନେ ହେଉଛନ୍ତି ଦେଶ ତଥା ସମାଜର ଭବିଷ୍ୟତ ଏବଂ ସେମାନଙ୍କ ସୁବିଧା,ସୁଯୋଗ ଓ ଅଧିକାର ପାଇଁ ଲଢ଼ିବା ଛାତ୍ର କଂଗ୍ରେସର କର୍ତ୍ତବ୍ୟ । ଚଳିତ ସମୟରେ ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧ ରେ ଛାତ୍ର ସମାଜ କୁ ଏକ ହୋଇ ସ୍ଵର ଉତ୍ତୋଳନ କରିବାକୁ ହେବ । ଏଥିପାଇଁ ଆଜି ଗୌରବ ପତି ( ଆଜାଦ ) ଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ବରପାଳି ଠାରେ ବରପାଳି ଛାତ୍ର କଂଗ୍ରେସ ର ଗଠନ କରିଅଛି ଏବଂ ଆଗକୁ ସଂଗଠନ କୁ ଆହୁରି ଅଧିକ ସୃଦୃଢ଼ କରିବାପାଇଁ ଯୋଜନା ପ୍ରସ୍ତୁତି କରାଯାଇଛି ।

ଏହି ସଭାରେ ଆଗାମୀ ଦିନରେ “ବରପାଳି ଛାତ୍ର କଂଗ୍ରେସ” କିପରି ଛାତ୍ରଛାତ୍ରୀ ମାନଙ୍କ ଅଧିକାର ପାଇଁ ଲଢ଼ିବ ଓ ନେତୃତ୍ବ ବହନ କରିବ ସେଥିପାଇଁ ସମସ୍ତ ଯୋଜନା ଓ କାର୍ଯ୍ୟକଳାପ ର ପୂର୍ବ ପ୍ରସ୍ତୁତି କରାଯାଇଥିଲା । ଏହି ଅବସର ରେ ଅନ୍ୟ ମାନଙ୍କ ମଧ୍ୟରେ ତୋଷବନ୍ତ ମହାନନ୍ଦ, ସୁଜିତ ନାଗ,ରିକନ ପ୍ରଧାନ, ଅଙ୍କିତ ମହାପାତ୍ର, ମିଳନ ସାହୁ , କରନ ମେହେର, ଲମ୍ବୋଦର ମାଝି , ଗୋପାଳ ବାରିକ, ଶକ୍ତି କୁମାର ମେହେର ,ବାବଲୁ ମେହେର, ପପୁ କୁମ୍ଭାର, ସନତ ନାୟକ, ପଦ୍ମଲୋଚନ ନାଗ, ଶିବୁ ସାହୁ ,ଜମିର ଓ ରାମ ଓ ମୁକେଶ ପ୍ରମୁଖ ଉପସ୍ଥିତ ରହି ଛାତ୍ର କଂଗ୍ରେସ ସଂଗଠନ କୁ ମଜବୁତ କରିବାକୁ ଶପଥ ନେଇଥିଲେ । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version