ସଂନ୍ଧ୍ୟା ସମୟରେ ସଡକ ଦୁର୍ଘଟଣା ୩ ଗୁରୁତର – ଓଡ଼ଗାଁ

 

ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ନଭେମ୍ବର ସୋମବାର ) ଓଡ଼ଗାଁ :- ଆଜି ସନ୍ଧ୍ୟା ସମୟରେ ଗୋଡିପଲ୍ଲୀ ଛକ ଏବଂ ଭୁଇଁଆଣି ହୋଟେଲ ମଝିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ହୋଇଅଛନ୍ତି ।ସୂଚନା ଅନୁଯାୟୀ ହିରୋ ବାଇକରେ ନଂ ଓଡ଼ି ୩୨ଇ ୩୬୩୧ ଗାଡ଼ିରେ ତିନିଜଣ ଯୁବକ ଓଡ଼ଗାଁ ଅଞ୍ଚଳକୁ ଆସୁଥିବା ସମୟରେ ପାଦରେ ଚାଲି ଚାଲି ଯାଉଥିବା ଏକ ଯୁବକ(ପ୍ରେମାନଦ ନାୟକ)କୁ ପଛପଖରୁ ଧକ୍କା ଦେଇ ଦୁର୍ଘଟଣା ଘଟିଅଛି । ତିନିଜଣ ବାଇକ ଆରୋହି ମଧ୍ୟରୁ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଓଡ଼ଗାଁ ଦମକଳ ବାହିନୀ ଏବଂ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ସହାୟତାରେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଅଛି ।

ପ୍ରେମାନନ୍ଦ ନାୟକଙ୍କୁ ଆମ୍ବୁଲାନ୍ସ ଯୋଗେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଜାଇଛି । ୨ ବାଇକ ଆରୋହି ସୁଶାନ୍ତ ସ୍ୱାଇଁ ଓ ସାହେବ ମୂର୍ତି ଙ୍କ ଗଂଜାମ ତନରଡା ଅଞ୍ଚଳର ବୋଲି ପ୍ରାରମ୍ଭିକ ସୂତ୍ରରୁ ଜଣାପଡ଼ିଅଛି ।ପ୍ରେମାନନ୍ଦ ନାୟକ ସ୍ଥାନୀୟ ଲିଙ୍ଗରାଜ ପ୍ରସାଦ ଗ୍ରାମର ଜଣାପଡ଼ିଥିବା ବେଳେ ତାଙ୍କର ଦୁଇ ଗୋଡ଼ ଭାଙ୍ଗିବା ସହ ମୁଣ୍ଡ ଫାଟି ଯାଇଛି ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version