କଟକ ସିଡ଼ିଏ ନିକଟସ୍ଥ ମହାନଦୀ ପାଣିରୁ ଉଦ୍ଧାର ହେଲେ ; ବୁଡ଼ି ଯାଉଥିବା ଅଭିନେତା ଅମ୍ଳାନଙ୍କ ସ୍ତ୍ରୀ

ଓଡ଼ିଶା ତାଜା ନ୍ୟୁଜ (୧୫ ନଭେମ୍ବର ରବିବାର) କଟକ :- କଟକ ସିଡ଼ିଏ ନିକଟସ୍ଥ କଟକରୁ ବାରଙ୍ଗ ତ୍ରିଶୁଳିଆକୁ ସଂଯୋଗ କରୁଥିବା , ମଧୁସୂଦନ ସେତୁର ନୂଆପାଟଣା ନିକଟରେ, ମହାନଦୀ ପାଣିକୁ ରବିବାର ଅପରାହ୍ନରେ ଖସି ପଡିଥିଲେ ଅଭିନେତା ଅମ୍ଳାନ ଦାସଙ୍କ ସ୍ତ୍ରୀ ।ତାଙ୍କୁ ସ୍ଥାନୀୟ ଲୋକେ ଏବଂ ପୋଲିସ ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ ।

ଗତ କାଲି ଦୀପାବଳି ଥିଲା । ଏଥିପାଇଁ ଅମ୍ଳାନଙ୍କ ଘରେ ପୂଜା ହୋଇଥିଲା । ରବିବାର ଅମ୍ଳାନ ଏବଂ ତାଙ୍କର ସ୍ତ୍ରୀ ଦୁହେଁ କାରରେ ଆସି ପୂଜା ଫୁଲ ହୋମର ବାଲି ଆଦିକୁ ମହାନଦୀକୁ ପକାଇବାକୁ ଆସିଥିଲେ। ଅମ୍ଳାନ ନିଜ କାର ପାଖରେ ରହିଥିଲା ବେଳେ ସ୍ତ୍ରୀ ଫୁଲ ପକାଇବାକୁ ଯାଇଥିଲେ ବୋଲି ଅମ୍ଳାନ କହିଛନ୍ତି ।

 

ଫୁଲ ପକାଇବା ସମୟରେ ଅମ୍ଳାନଙ୍କ ସ୍ତ୍ରୀ ପାଣିକୁ ଖସି ପଡିଥିଲେ ନା ଜାଣିଶୁଣି ପାଣିକୁ ଡେଇ ପଡିଥିଲେ , ପ୍ରକୃତ କାରଣ ଜଣାପଡି ନାହିଁ । ଏନେଇ ଅମ୍ଳାନ ସିଡ଼ିଏ ଫେଜ -୨ ଥାନାକୁ ଜଣାଇଥିଲେ । ପୋଲିସ ଅମ୍ଳାନଙ୍କୁ ଥିନାକୁ ଡାକି ପଚରାଉଚରା କରୁଛି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) 

Exit mobile version