ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଦରଦୀ ବନ୍ଧୁ ସ୍ବର୍ଗତ କୃପାସିନ୍ଧୁ ଭୋଇ ଙ୍କ ର ୧୭ ତମ ଶ୍ରାଦ୍ଧ ବାର୍ଷିକ

ଓଡ଼ିଶା ତାଜା ନିୟୁଜ (୧୫ ,ନଭେମ୍ବର ରବିବାର ) ବରଗଡ଼ :- ଆଜି ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ନିହାର ରଞ୍ଜନ ମହାନନ୍ଦ ଙ୍କ ନେତୃତ୍ୱରେ ଦରଦୀ ବନ୍ଧୁ ସ୍ବର୍ଗତ କୃପାସିନ୍ଧୁ ଭୋଇ ଙ୍କ ର ୧୭ ତମ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇ ଥିଲା। ଏହି ସଭାରେ ଡ଼ ଭୋଇ ଙ୍କ ସ୍ମୃତି ଚାରଣ କରାଯିବା ସହିତ ଆଗାମୀ ଦିନ ରେ ବରଗଡ଼ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ରେ କଂଗ୍ରେସ ପାଇଁ ନିଜ ଜୀବନ କୁ ଉତ୍ସର୍ଗ କରିଥିବା ସମସ୍ତ କଂଗ୍ରେସ କର୍ମୀ ମାନଙ୍କ ର ଜୟନ୍ତୀ ଉତ୍ସବ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା। ଡ଼ କୃପାସିନ୍ଧୁ ଭୋଇ ଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସାରା ଭାରତ ବର୍ଷ ସହିତ ବିଶେଷ କରି ପଶ୍ଚିମ ଓଡ଼ିଶା ପ୍ରତି ଅପାର ଅବଦାନ ରହିଥିବା ସତ୍ୱେ ଆଜି ଦିନରେ ବରଗଡ଼ ଜିଲ୍ଲାରେ ତାଙ୍କର ଏକ ପ୍ରତିମୂର୍ତ୍ତି ନ ଥିବା ଦୁର୍ଭାଗ୍ୟ ବିଷୟ ,

ବରଗଡ଼ ଜିଲ୍ଲା ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରି ବରଗଡ଼ ଜିଲ୍ଲା ରେ ଡ଼ ଭୋଇ ଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ଉକ୍ତ ସଭାରେ ନିଷ୍ପତି ନିଆଗଲା । ଏହି ସଭାରେ ନିପନ ଦାଶ,ସରୋଜ ସଢଙ୍ଗୀ,ବ୍ରହ୍ମାନନ୍ଦ ମହାକୁର,ପାଣ୍ଡବ କର୍ଣ, ଶୁଭେନ୍ଦୁ ସାହୁ, ଜ୍ୟୋତି ରଞ୍ଜନ ପୁଝାରୀ,ସରୋଜ ମହାପାତ୍ର, ଦିଲୀପ ପଣ୍ଡା,ପ୍ରତାପ ନାୟକ,ସୁଶାନ୍ତ ସାହୁ,ଆଶିଷ ବେହେରା,ଅଭିଳାଷ ପତି, ପପୁ କୁମ୍ଭାର, ଦାଶରଥୀ ବେହେରା,ସନ୍ତୋଷ ସାହୁ,ଅମିତ ଆଚାର୍ଯ୍ୟ, ଗୌରବ ପତି,ଅନ୍ତ ତାଣ୍ଡି,ବିମଲ ସିକା, କେଶବ ପଟ୍ଟନାୟକ, ଦଶରଥ ମଲ୍ଲିକ,ଗଦାଧର ହାତୀ,ପଞ୍ଚମ ବୁଦ୍ଧିଆ, ଉସମାନ ଖାନ ,ନିହାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version