ଖଣ୍ଡହଥା ଗ୍ରାମର ଶହୀଦ ରଂଜନ ଦାଶ ସ୍ତୃତ କମିଟୀ ପକ୍ଷରୁ ପାଠ୍ୟ ସାମଗ୍ରୀ ପ୍ରଦାନ ଏବଂ ଆର୍ଥିକ ସହାୟତା ପ୍ରଦାନ

ଓଡ଼ିଶା ତାଜା ନିୟୁଜ ( ୧୫ ,ନଭେମ୍ବର ରବିବାର ) କଟକ :-ଶିକ୍ଷା ସମସ୍ତଙ୍କ ମୌଳିକ ଅଧିକାର । ମାତ୍ର କୋରୋନା ମହାମାରୀର ନିୟମିତ କାୟ ବିସ୍ତାର ଯୋଗୁଁ, ଆର୍ଥିକ ସଙ୍କଟ ତଥା ବିଦ୍ୟାଳୟ ଖୋଲିବାର ଅନିଶ୍ଚିତତା ମଧ୍ୟରେ ଅନେକ ଛାତ୍ରଛାତ୍ରୀ ଉପଯୁକ୍ତ ସୁବିଧା ସୁଯୋଗ ନ ପାଇ, ସାଧାରଣ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଏହିପରି ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ତଥା ପାଠ୍ୟ ସାମଗ୍ରୀ ପ୍ରଦାନ ଏବଂ ଆର୍ଥିକ ସହାୟତା ପ୍ରଦାନ କରିବା ଭଳି ଏକ ମହତ୍ ଉଦ୍ଦେଶ୍ୟ ନେଇ ଏକ ଅଭିନବ ଅଭିଯାନ ଆରମ୍ଭ କରିଛନ୍ତି ଖଣ୍ଡହଥା ଗ୍ରାମର ଶହୀଦ ରଂଜନ ଦାଶ ସ୍ତୃତ କମିଟୀ ।

ଦୀପାବଳୀ ଏବଂ ଶିଶୁ ଦିବସ ଅବସରରେ, ଆର୍ଥିକ ଅନଟନରେ ଗତି କରୁଥିବା ଦୁଇଟି ଶିଶୁ କନ୍ୟା- (୧)ଖଣ୍ଡହଥା ଗ୍ରାମର ନବମ ଶ୍ରେଣୀର ଛାତ୍ରୀ ସ୍ୱପ୍ନା ସାହୁ ଏବଂ (୨) ସହରାଁପାଲି ଗ୍ରାମର ପଞ୍ଚମ ଶ୍ରେଣୀ ଛାତ୍ରୀ ଉର୍ମିଲା ସାହୁଙ୍କୁ ଆବଶ୍ୟକୀୟ ପାଠ୍ୟ ସାମଗ୍ରୀ ପ୍ରଦାନ କରାଗଲା । ଏହା ବ୍ୟତୀତ ଉଭୟ ଛାତ୍ରୀଙ୍କର ୫ ମାସର ଟ୍ୟୁସନ୍ ଫିସ ମଧ୍ୟ ପ୍ରଦାନ କରାଗଲା ।

Exit mobile version